ଗାନ୍ଧୀଙ୍କ ଆକସ୍ମିକ ମୃତ୍ୟୁ ପ୍ରଚାର ପ୍ରସଙ୍ଗ: ସିପିଏମ୍‌ର ତଦନ୍ତ ଦାବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ଏହି ଘଟଣାକୁ ସିପିଆଇ(ଏମ୍‌) ନିନ୍ଦା କରିଛି। ଜୟଦେବ ବିହାର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। କିଏ ଏଭଳି ଲେଖିଥିଲେ, କେଉଁ ଅଧିକାରୀ ଏହାକୁ ଅନୁମୋଦନ କରିଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ତା ସହିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଗାନ୍ଧୀଜୀଙ୍କୁ ଯେ ହତ୍ୟା କରାଯାଇ ଥିଲା ତାହା ସ୍ପଷ୍ଟ ଭାବେ ସୂଚାଇବାକୁ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଦାବି କରିଛନ୍ତି। ଏଭଳି ଘଟଣା ପରେ ସରକାର ପ୍ରଚାର ପତ୍ରକୁ ପ୍ରତ୍ୟାହାର କରିବା ସହ ଏହା ଅନିଚ୍ଛାକୃତ ତ୍ରୁଟି ବୋଲି ଦର୍ଶାଇ ୩ ଜଣ ତଳତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ବସିଛନ୍ତି ତାହା ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର