ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହାତ୍ମା ଗାନ୍ଧୀଙ୍କ ନାତୁଣୀ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ଆଖିଦୃଶିଆ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସ୍କୁଲ୍‌ରେ ସିନ୍ଥେଟିକ୍‌ ପୋଷାକ ବନ୍ଦ କରିବା ସହ ଖଦି ଆନ୍ଦୋଳନକୁ ଆଗେଇ ନେବାକୁ ସେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କୁ ରୂପା ତାରକସୀ କାମ ଓ ସାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଗଣମାଧ୍ୟମକୁ ତାରା କହିଥିଲେ, ଓଡ଼ିଶାର ଲୋକମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କ ୧୫୦ତମ ଜୟନ୍ତୀ ଅବସରରେ ସର୍ବୋଦୟ ଚିନ୍ତନ ଉପରେ ଓଡ଼ିଶାର ଲୋକମାନେ ଏପରି କିଛି କରନ୍ତୁ, ଯାହା କି ଦେଶର ଅନ୍ୟ ସ୍ଥାନକୁ ବାଟ ଦେଖାଇବ।

ସମ୍ବନ୍ଧିତ ଖବର