ଜଗତସିଂହପୁର : ସିଓ୍ବେଜ୍ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ତ ମାମଲାରେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ନାରାୟଣ ମିଶ୍ର ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଅନ୍ୟ ଦୁଇ ଜଣ ରାଜକିଶୋର ସ୍ବାଇଁ ଓ ଅରୁଣ କୁମାର ମହାନ୍ତିଙ୍କୁ ସାକ୍ଷ୍ୟ ପାଇଁ ସମନ ଜାରି ହୋଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ। ଆସନ୍ତାକାଲି ଅନ୍ୟ ତିନି ଜଣଙ୍କର ସାକ୍ଷ୍ୟ ଗ୍ରହଣ ରହିଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ଦେବସ୍ନାନ ଦାସ, ଅଜୟ ବରାଳ, ସୁଶାନ୍ତ ପଟ୍ଟନାୟକ, ରମଣୀକାନ୍ତ ପଟ୍ଟନାୟକ, ଅକ୍ଷୟ ନାୟକ ଏବଂ ସରକାରଙ୍କ ପକ୍ଷରୁ ନଳିନୀକାନ୍ତ ମହରଣା ମାମଲା ପରିଚାଳନା କରୁଛନ୍ତି। ଗତ ମାସ ୯ ତାରିଖରେ ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା।
ଏହି ମାମଲାରେ ମହିମାନନ୍ଦ ମିଶ୍ର, ବାପି ସର୍ଖେଲ, ବସନ୍ତ ବଳ, ରାକେଶ ଚୁବେ, ସୁଶାନ୍ତ ସେଠୀ, ଅଶୋକ ବିହାରୀ, ମହମ୍ମଦ ବବୁଲ, ରିଆସତ ହୋସେନ, ମହମ୍ମଦ ସମିମ, ଦେବୀ ତ୍ରିପାଠୀ, ଶୁଭ ଆଚାର୍ଯ୍ୟ, ଶିବ ଦାସ, ମନୋଜ ଗୋଚ୍ଛାୟତ ଓ ଅନ୍ୟମାନଙ୍କ ମଧ୍ୟରେ ଚାର୍ଜ ଫ୍ରେମ୍ ହୋଇଛି। ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ କୋର୍ଟରେ ହୋଇଥିବା ଶୁଣାଣିରେ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୨/୩୪, ୧୨୦(ବି) ଆଇପିସି, ୨୫/୨୭ ଆର୍ମସ୍ ଆକ୍ଟ, ୩/୪ ଇଣ୍ତିଆନ୍ ଏକ୍ସପ୍ଲୋସିଭ୍ ଆଣ୍ତ୍ ସବଷ୍ଟାନସିଭ୍ ଆକ୍ଟରେ ଚାର୍ଜଫ୍ରେମ ହୋଇଛି। ଏହି ହାଇପ୍ରୋଫାଇଲ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଥିବାରୁ, ସାକ୍ଷ୍ୟ ଗ୍ରହଣ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରକାଶ ଥାଉ କି ଏହି ମାମଲାରେ କେବଳ ମହିମାନନ୍ଦ ମିଶ୍ରଙ୍କୁ ବାଦ ଦେଲେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜାମିନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/court-2.jpg)