ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆରମ୍ଭରୁ ତାଙ୍କୁ ସ୍ନାୟୁରୋଗ ବିଭାଗରେ ଆଡମିଟ୍ କରାଯାଇଥିବା ବେଳେ ଏବେ ଆଇସିୟୁରେ ଭର୍ତି କରାଯାଇଥିବା ସୂଚନା ଦେଇଛି ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲ। ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ ଗତକାଲି ଶ୍ରୀ ମହାନ୍ତି(୬୭)ଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ମେଡିକାଲ ଟିମ୍ ନିୟମିତ ବ୍ୟବଧାନରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛନ୍ତି। ଏଭଳି ସମୟରେ ତାଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀମାନେ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ମେଡିକାଲ ପକ୍ଷରୁ ଆବଶ୍ୟକ ଅପଡେଟ୍ ପ୍ରଦାନ କରାଯିବ ବୋଲି ଅଧୀକ୍ଷକ ଡା.ଶ୍ୟାମ ପ୍ରସାଦ ସୂଚନା ଦେଇଛନ୍ତି।
ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ବୁଲେଟିନ୍ ଜରିଆରେ ସୂଚନା ଦେଲା କେୟାର ହସ୍ପିଟାଲ
/sambad/media/post_attachments/wp-content/uploads/2020/02/maheswar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)