ମହେଶ୍ବର ନାୟକ ରାଜ୍ୟ ଔଷଧ ପରୀକ୍ଷାଗାର ମୁଖ୍ୟ ସାଇଣ୍ଟିଫିକ୍ ଅଫିସର

ଭୁବନେଶ୍ବର : ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣା ପରୀକ୍ଷାଗାର(ଏସ୍‌ଡିଟିଏଲ୍‌)ର ମୁଖ୍ୟ ସାଇଣ୍ଟିଫିକ୍ ଅଫିସର ନିଯୁକ୍ତ ହୋଇଛନ୍ତି ମହେଶ୍ବର ନାୟକ। ପଦୋନ୍ନତି ପରେ ତାଙ୍କୁ ଏହି ପଦବି ମିଳିଛି। ଶ୍ରୀ ନାୟକ ଏବେ ଏସ୍‌ଡିଟିଏଲର ବରିଷ୍ଠ ସାଇଣ୍ଟିଫିକ୍ ଅଫିସରଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଆସନ୍ତା ୧ବର୍ଷ ପାଇଁ ଆଡହକ୍ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର