ମହିଳା କମିସନଙ୍କୁ କଂଗ୍ରେସର ସ୍ମାରକପତ୍ର

ଭୁବନେଶ୍ବର : ରାଜ୍ୟରେ ନାରୀ ନିର୍ଯାତାନା, ଦୁଷ୍କର୍ମ, ହତ୍ୟା ଓ ଅସଦାଚରଣ ‌ବୃଦ୍ଧି ପାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିବା ବେଳେ ପ୍ରତିଦିନ ନାରୀ ନିର୍ଯାତନା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି। ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିବା ଓ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି। ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିସନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ସଚିବଙ୍କୁ ପ୍ରଦାନ କରିଥିଲେ।

ଏହି ବିକ୍ଷୋଭ ଓ ପ୍ରତିନିଧି ମଣ୍ଡଳୀରେ ଗଣେଶ୍ବର ବେହେରା, ଶିବାନନ୍ଦ ରାୟ, ବିଶ୍ବଭୂଷଣ ଦାସ, ରାଜୀବ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ମନୋରଂଜନ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଂଜିତ ପାତ୍ର, ୟାସର ନୱାଜ, ସରୋଜ ପରିଡ଼ା, ସୌମ୍ୟରଂଜନ ମିଶ୍ର, ଅମୀୟ ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର