ମେଲ୍‌ଛାମୁଣ୍ତା ନାବାଳିକା ଦୁଷ୍କର୍ମ ନେଇ ମହିଳା କ˚ଗ୍ରେସର ଚେତାବନୀ : ‘ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ ନବୀନ ନିବାସ ଘେରାଉ’

ଭୁବନେଶ୍ବର : ସୋହେଲା ଥାନା ଅନ୍ତର୍ଗତ ମେଲ୍‌ଛାମୁଣ୍ତାର ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଥାନା ଭିତରେ ପୁଲିସ ଅଧିକାରୀଙ୍କ ଦୁଷ୍କର୍ମ ଘଟଣା ନେଇ ପ୍ରଦେଶ ମହିଳା କଂଗ୍ରେସ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣାରୁ ପ୍ରମାଣିତ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ˚ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହିଭଳି ଏକ ସ୍ପର୍ଶକାତର ଘଟଣା ଭାରତବର୍ଷରେ ଚହଳ ସୃଷ୍ଟି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଦିନ ଶାସନରେ ରହିବାର ଅଧିକାର ନାହିଁ। ଆଗାମୀ ୧୪ ତାରିଖ ସୁଦ୍ଧା ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ପଦବିରୁ ଇସ୍ତଫା ନ ଦିଅନ୍ତି ତେବେ ନବୀନ ନିବାସ ଘେରାଉ କରାଯିବ ମହିଳା କଂଗ୍ରେସ ଚେତାବନୀ ଦେଇଛି।

ଆଜି କ˚ଗ୍ରେସ ଭବନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କ˚ଗ୍ରେସ ନେତା ପ˚ଚାନନ କାନୁନ୍‌ଗୋ, ପିସିସି ମୁଖପାତ୍ର ଅଶୋକ ସାମଲ ଓ ମହିଳା କ˚ଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଲେ, ରାଜ୍ୟ ବିଜେଡି ସରକାରଙ୍କ ମା’କୁ ସମ୍ମାନ ନାରା ଲୋକଙ୍କୁ ପ୍ରତାରଣା। ପ୍ରତିଦିନ ଛାତ୍ରୀ, ନାବାଳିକା, ମହିଳା ଅପହରଣ, ଦୁଷ୍କର୍ମ, ହତ୍ୟା ଆଦି ଜଘନ୍ୟ ଅପରାଧିକ ଘଟଣାମାନ ଘଟିଚାଲିଛି। ମେଲ୍‌ଛାମୁଣ୍ତା ଘଟଣାରେ ଅଭିଯୁକ୍ତ ରିକୁ ନାଗ କେଉଁ ଦଳର କର୍ମୀ ବୋଲି ସେମାନେ ପଚାରିଥିଲେ।

ଅନ୍ୟ ଏକ ଘଟଣା ଉଲ୍ଲେଖ କରି ସଭାନେତ୍ରୀ କହିଲେ ଯେ, ୨୦୧୭ ମସିହାରେ ରାଉରକେଲାର ଜଣେ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରାଯାଇଥିଲା। ନାବାଳିକାକୁ ସେଠାକାର ପୁଲିସ ଓଡିଶାକୁ ପଠାଇଥିଲେ ମଧ୍ୟ ଓଡିଶା ପୁଲିସ ତାକୁ ସୁରକ୍ଷା ଦେଇପାରିନଥିଲେ। କିନ୍ତୁ ନାବାଳିକାର ପିତା ଦିଲ୍ଲୀ ପୁଲିସ ପାଖରେ ଅଭିଯୋଗ କଲାପରେ ଦିଲ୍ଲୀ ପୁଲିସ ନାବାଳିକାକୁ ଉଦ୍ଧାର କରିଥିଲା। ଏଥିରୁ ରାଜ୍ୟରେ ସରକାର ଏବଂ ତାଙ୍କର ପୁଲିସ କିଭଳି ଭାବରେ ମହିଳାଙ୍କୁ ସୁରକ୍ଷା ଦେଉଛନ୍ତି ତାହା ପ୍ରମାଣିତ ହୋଇଥିବା ଦର୍ଶାଇ ସେ ନବୀନ ସରକାରଙ୍କ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର