ପାରାଦୀପ ତାରିଣୀଛକ ଗୁଳିକାଣ୍ଡ: ଦ୍ୱିତୀୟ ଥର ମହିମା ମିଶ୍ରଙ୍କ ଜାମିନ ଆବେଦନ

କଟକ : ୨୦୧୬ ପାରାଦୀପ ତାରିଣୀଛକ ଗୁଳିକାଣ୍ଡ ମାମଲାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ(ଓଏସ୍‌ଏଲ୍‌)ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ର ଦାୟର କରିଥିବା ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ଜୁନ୍‌ ୮ରେ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏପରି ପରିସ୍ଥିତିରେ ପୂର୍ବରୁ ଏ ସଂପର୍କିତ ମାମଲା ଶୁଣାଣି କରିଥିବା ଖଣ୍ଡପୀଠରେ ଏହି ଜାମିନ ଆବେଦନର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଯେ ତାରିଣୀଛକ ଗୁଳିମାଡ ଘଟଣାରେ ଶ୍ରୀ ମିଶ୍ର ଜାମିନ ପାଇଁ ଦ୍ୱିତୀୟ ଥର ହାଇକୋର୍ଟରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ଗତ ବର୍ଷ ମେ’ ୨୯ ତାରିଖ ରାତିରେ ତାରିଣୀଗଡା ନିକଟରେ ରତିକାନ୍ତ ପରିଡା ଓରଫ୍‌ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଅନ୍ୟପକ୍ଷରେ ସିେଓ୍ଵଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ହେବା ପରେ ଶ୍ରୀ ମିଶ୍ରଙ୍କୁ ପାରାଦୀପ ପୁଲିସ୍‌ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିଲା।

ସମ୍ବନ୍ଧିତ ଖବର