ମହିମା ମିଶ୍ରଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

କଟକ : ୨୦୧୩ ମସିହାରେ ଖାନ୍‌ନଗର ମଣିମନ୍ଦିର ନିକଟରେ ଘଟିଥିବା ଗୁଳିମାଡ଼ ଓ ଆକ୍ରମଣ ଘଟଣାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ(ଓଏସ୍‌ଏଲ୍‌)ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ର ଦାୟର କରିଥିବା ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ଜୁନ୍‌ ୨୦ରେ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏପରି ପରିସ୍ଥିତିରେ ପୂର୍ବରୁ ଏ ସଂପର୍କିତ ମାମଲା ଶୁଣାଣି କରିଥିବା ଖଣ୍ଡପୀଠରେ ଏହି ଜାମିନ ଆବେଦନର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର