କସ୍ତୁରବା ବିଦ୍ୟାଳୟରେ ପୁୁରୁଷ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପ୍ରସଙ୍ଗ

୨ ମାସ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପୁରୁଷ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପ୍ରସଙ୍ଗରେ ୨ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ସମଗ୍ର ରାଜ୍ୟରେ ୨୫୦ରୁ ଊର୍ଦ୍ଧ୍ବ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ସବୁ ଶିକ୍ଷାନୁଷ୍ଠାନ ଚାଲୁଅଛି। କେନ୍ଦ୍ର ସରକାର ୭୫ ପ୍ରତିଶତ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ୨୫ପ୍ରତିଶତ ଅନୁଦାନ ଦେଉଛନ୍ତି। ତେବେ ୨୦୧୯ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ଏପରି ସମସ୍ତ ସ୍କୁଲରେ ଦୀର୍ଘ ୧୦ରୁ ୧୫ବର୍ଷ ହେଲା ନିଯୁକ୍ତି ପାଇଥିବା ପୁରୁଷ କର୍ମଚାରୀଙ୍କୁ ବିଦା କରିବା ପାଇଁ ନିର୍ଦେଶନାମା ଜାରି କରିଥିଲେ। ଏହାକୁ ଚାଲେଞ୍ଜ କରି ଦାମୋଦର ସାହୁଙ୍କ ସମେତ ୧୧ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ସହସ୍ର ଜ୍ୟୋତି ନନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର