ନାବାଳିକା ଦୁଷ୍କର୍ମ ଘଟଣା: ମହିଳା କମିସନ ଅଧ୍ୟକ୍ଷା କହିଲେ- ମୁଖ୍ୟ ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଧରାଯିବ

ନାବାଳିକା ଦୁଷ୍କର୍ମ ଘଟଣାରେ ଭରତପୁର ଥାନାରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା ପହଞ୍ଚି ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।  ସେ କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ପୁଲିସ ବିଭାଗ ତରଫରୁ ସଙ୍ଗେ ସଙ୍ଗେ ଏଥିପ୍ରତି ପଦକ୍ଷେପ ନିଆଯାଇଛି । ପୀଡିତା ସହିତ ମଧ୍ୟ ଆଲୋଚନା ହୋଇଛି । ନାବାଳିକା ଜଣଙ୍କୁ ଯେଉଁମାନେ ଡାକିଥିଲେ ସେମାନେ ଛୋଟ ଛୋଟ ଫିଲ୍ମ କରନ୍ତି । ସେଥିପାଇଁ ନାବାଳିକା ଜଣଙ୍କୁ ଅଭିନେତ୍ରୀ ଭୂମିକା କରିବା ପାଇଁ ଡ଼କା ଯାଇଥିଲା । ସେମାନଙ୍କର ସୁଟିଂ ମଧ୍ୟ ଶେଷ ହୋଇଛି । ବିଶ୍ରାମ ନେବା ସମୟରେ ଏପରି ଘଟଣା ଘଟିଛି । ଯେଉଁମାନେ ତଦନ୍ତ ପରିସରଭୁକ୍ତ ହେଇଛନ୍ତି ସେମାନଙ୍କୁ ପୁୁଲିସ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଧରାଯିବା ବୋଲି ମହିଳା କମିସନର କହିଛନ୍ତି ।

ସୁଚନା ଅନୁସାରେ ରାଜଧାନୀ ଭୁବନେଶ୍ବରରେ ଗତକାଲି ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଥିଲା । ଆଲବମରେ ହିରୋଇନ କରିବାର ଲୋଭ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ନାବାଳିକାଙ୍କ ଅଭିଯୋଗ ମୁତାବକ ସେ ଆଲବମରେ ପାର୍ଶ୍ଵ ଅଭିନେତ୍ରୀ ଭାବରେ କାମ କରନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଲିଡ କ୍ୟାରେକ୍ଟରର ଲୋଭ ଦେଖାଇ ଭୁବନେଶ୍ୱରକୁ ଡାକିଥିଲେ । ଏକ ଅପହରଣର ସିନ୍ ସୁଟିଂ ହେବ କହି ଭରତପୁର ଅଞ୍ଚଳକୁ ଡାକିଥିଲେ। ଆଉ ରୁମରେ ପହଞ୍ଚିବାପରେ ନାବାଳିକାଙ୍କ ହାତଗୋଡ ବାନ୍ଧି ରାତି ତମାମ ତାଙ୍କ ସହିତ ଶୋଷଣ କରାଯାଇଥିଲା । ଏପରିକି ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କ୍ୟାମେରାରେ କଏଦ୍ କରାଯାଇଥିଲା ଅଭିଯୋଗ କରିଛନ୍ତି ପୀଡ଼ିତା ।ଏନେଇ ନାବାଳିକା ଜଣକ ପ୍ରଥମେ ମହିଳା ଥାନା ଓ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର