କେନ୍ଦୁଝର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାରେ କେନ୍ଦୁଝର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ। ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ଗିରଫ କରିସାରିଛି। ପୁଲିସ ୨ଟି ଅଫୁଟା ବୋମା, ୪ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ଅଫୁଟା ବୋମାକୁ ପୁଲିସ ନିଷ୍କ୍ରିୟ କରିଦେଥିବା ଏସପି ମିତ୍ରଭାନୁ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଏହି ଆକ୍ରମଣ ପଛରେ କୌଣସି ରାଜନୈତିକ ସମ୍ପର୍କ ନାହିଁ । ଏହା ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଘଟଣାକୁ ନେଇ ଆକ୍ରମଣ କରଥିଲେ ବୋଲି ଅଭିଯୁକ୍ତମାନେ ପୁଲିସ ସମ୍ମୁଖରେ ପ୍ରକାଶ କରିଥିବାରେ ସେ କହିଛନ୍ତି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତ, ବିଦ୍ୟାଧର ପରିଡା, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିଖୁଲ ଶେଖ ।
/sambad/media/post_attachments/wp-content/uploads/2021/10/IMG-20211014-WA0006.jpg)
ସୂଚନାଯୋଗ୍ୟ, ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକ୍ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ।
/sambad/media/post_attachments/wp-content/uploads/2021/10/IMG-20211014-WA0005-1024x462.jpg)
ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ। ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ମୋହନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡଯନ୍ତ୍ର କରିଥାଇ ପାରନ୍ତି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ।
ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଯାଇଥିଲେ। ସେ ଘଟଣାସ୍ଥଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀମାନଙ୍କ ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ତଦନ୍ତର ଦିଗ ଠିକ ଦିଗରେ ଯାଉଥିବା କହିବା ସହ ଅତିଶୀଘ୍ର ଅପରାଧୀ ଧରା ପଡିବେ ବୋଲି ସେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/9d4c37b9-54ca-44ca-a935-77d60ca2a029.jpg)