ଯାଜପୁର/ଧର୍ମଶାଳା : ଧର୍ମଶାଳା ଥାନା ଅଞ୍ଚଳରେ ମା ଓ ପୁଅକୁ ହତ୍ୟା କରିବା ସହିତ ଝିଅକୁ ଅତ୍ୟାଚାର କରି ପାହାଡ଼ରେ ଫିଙ୍ଗି ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ବେହେରାକୁ ପୁଲିସ ଚେନ୍ନାଇରୁ ଗିରଫ କରିଛି। ବିଜୟର ଜଣେ ସହଯୋଗୀ ପୂର୍ବରୁ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀକୁ ପୁଲିସ ଆଜି ଉଠାଇ ନେଇଛି। ବାତ୍ୟା ‘ଫନି’ ର ପୂର୍ବ ଦିନ ୨ତାରିଖ ରାତିରେ ଦେଉଳି ଗାଁ’ର ଅବସରପ୍ରାପ୍ତ କର୍ମଚାରୀ କୃଷ୍ଣ ସାମଲଙ୍କ ଦ୍ବିତୀୟ ପତ୍ନୀ ମିତା ସାମଲ ଓ ତାଙ୍କ କଲେଜ ପଢୁଆ ଝିଅକୁ ଫେରାର ମୁଖ୍ୟ ଅଭିଯୁକ୍ତ ବିଜୟ, ଗିରଫ ହୋଇଥିବା ଭିକି ଓ ଅନ୍ୟ ସହଯୋଗୀ ନିକଟ ଦେଉଳି ପାହାଡ଼ ଉପର ଗୁମ୍ଫାକୁ ଟେକି ନେଇ ରାତି ସାରା ନିର୍ଯ୍ୟାତନା ଦେଲେ। ୪ ତାରିଖ ଦିନ କେତେକ ଲୋକେ ପାହାଡ଼ ଉପରକୁ ଯାଇଥିବା ବେଳେ ମିତାଙ୍କ ମରଶରୀର ଓ ସଂଜ୍ଞାହୀନ ଅବସ୍ଥାରେ ଝିଅ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ।
ମା’-ପୁଅକୁ ହତ୍ୟା, ଝିଅକୁ ଅତ୍ୟାଚାର ଘଟଣା, ଚେନ୍ନାଇରୁ ମୁଖ୍ୟ ଅଭିଯୁକ୍ତ ବିଜୟ ଗିରଫ
/sambad/media/post_attachments/wp-content/uploads/2019/06/Jajpur-Photo-Abhijukta.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)