ବଙ୍ଗୀୟ ଯୁବତୀ ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

କୋଣାର୍କ : କୋଣାର୍କସ୍ଥିତ ଏକ ଲଜ୍‌ରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଆଜି ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ସୁବାସ ବେହେରା (୩୫) ଓ କୃଷ୍ଣଚନ୍ଦ୍ର ବେହେରା (୩୫)। ପୁଲିସ ସେମାନଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୦ ତାରିଖରେ କୋଣାର୍କରେ ଥିବା ଏକ ଲଜ୍‌ରେ ଜଣେ ବଙ୍ଗୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ପୁଲିସ ଲଜ୍‌ ପାରିଚାଳକଙ୍କ ସହ ୭ରୁ ଅଧିକ ‌ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରା ଓ କୃଷ୍ଣଚନ୍ଦ୍ର ବେହେରା ଫେରାର୍ ହୋଇଯାଇଥିଲେ। ଆଜି ପୁଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର