ଅର୍ଥନୀତି
ପୁଞ୍ଜି ବ୍ୟୟ ଲକ୍ଷ୍ୟରେ ୩୫.୪ ପ୍ରତିଶତ ବୃଦ୍ଧି। ୫.୫୪ ଲକ୍ଷ କୋଟି ଟଙ୍କା ପରିବର୍ତ୍ତେ ୭.୫୦ ଲକ୍ଷ କୋଟି ଟଙ୍କାକୁ ଉକ୍ତ ରାଶି ବୃଦ୍ଧି କରାଯାଇଛି।
ପିଏଲଆଇ ସ୍କିମ୍ ପ୍ରତି ୧୪ଟି କ୍ଷେତ୍ରରେ ଉତ୍ତମ ଆଗ୍ରହ ମିଳିଛି, ୩୦ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଛି
୨୦୨୨-୨୩ରେ ରାଜ୍ୟଗୁଡ଼ିକ ପାଇଁ ବିତ୍ତୀୟ ନିଅଣ୍ଟକୁ ଜିଏସଡିପିର ୪ ପ୍ରତିଶତ ପର୍ଯ୍ୟନ୍ତ ଅନୁମତି
ବ୍ୟୟ, ନିଅଣ୍ଟ ଓ ଅନ୍ୟାନ୍ୟ
୨୦୨୫-୨୬ ସୁଦ୍ଧା ବିତ୍ତୀୟ ନିଅଣ୍ଟକୁ ଜିଡିପିର ୪.୫ ପ୍ରତିଶତରେ ରହିବ
୨୦୨୨-୨୩ରେ ବିତ୍ତୀୟ ନିଅଣ୍ଟ୍ ଜିଡିପିରେ ୬.୪ ପ୍ରତିଶତ ରହିବା ଆକଳନ
୨୦୨୧-୨୨ର ସଂଶୋଧିତ ବିତ୍ତୀୟ ନିଅଣ୍ଟ୍ ଜିଡିପିର ୬.୯ ପ୍ରତିଶତ ରହିବ
ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ବାଭାବିକ ଋଣ ବାଦ୍ ୫୦ ବର୍ଷର ସୁଧମୁକ୍ତ ଋଣ ସୁବିଧା
୨୦୨୨-୨୩ରେ ରାଜ୍ୟଗୁଡ଼ିକୁ ପୁଞ୍ଜି ନିବେଶ ବ୍ୟୟ ବାବଦରେ ଆର୍ଥିକ ସହାୟତା ୧ ଲକ୍ଷ କୋଟି ଟଙ୍କା ରହିବ
ଏଲଆଇସିର ଆଇପିଓ ଖୁବଶୀଘ୍ର
ପୁଞ୍ଜି ପ୍ରତ୍ୟାହାରରୁ ୬୫ ହଜାର କୋଟି ଆଦାୟ ଲକ୍ଷ୍ୟ
ନିଯୁକ୍ତି
୫ ବର୍ଷରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
ଦକ୍ଷତା ବିକାଶ ଏବଂ ଜୀବିକା ପାଇଁ ଡିଜିଟାଲ ପରିବେଶ ସୃଷ୍ଟିହେବ। ଅନଲାଇନ ଟ୍ରେନିଂ ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଲକ୍ଷ୍ୟ
ଭିତ୍ତିଭୂମି ଓ ମାନୁଫାକ୍ଚରିଂ
ଏୟାର ଇଣ୍ଡିଆର ମାଲିକାନାସ୍ବତ୍ବ ହସ୍ତାନ୍ତର ପ୍ରକ୍ରିୟା ଶେଷ
ଏକ୍ସପ୍ରେସୱେ ପାଇଁ ପିଏମ୍ ଗତିଶକ୍ତି ମାଷ୍ଟରପ୍ଲାନ ଆସନ୍ତା ଆର୍ଥିକ ବର୍ଷ ତିଆରି ହେବ
୧୦୦ ପିଏମ୍ ଗତି ଶକ୍ତି ଟର୍ମିନାଲ ଆସନ୍ତା ୩ ବର୍ଷରେ ସ୍ଥାପନ ହେବ
ମଧ୍ୟମ ଅବଧିରେ ଭିତ୍ତିଭୂମି ଆଧୁନିକୀକରଣ ପାଇଁ ସରକାରୀ ନିବେଶ ଉପରେ ପ୍ରାଧାନ୍ୟ
ନୂଆକରି ଗଠନ ହେଉଥିବା ମାନୁଫାକଚରିଂ କମ୍ପାନି ଗୁଡ଼ିକ ପାଇଁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ୧୫ ପ୍ରତିଶତର ରିହାତି କର୍ପୋରେଟ୍ ଟିକସ ସୁବିଧା
ଏମଏସଏମଇ ଓ ଷ୍ଟାର୍ଟଅପ୍
ଏମଏସଏମଇରୋ ରେଟିଂ ପାଇଁ ୫ ବର୍ଷରେ ୬ ହଜାର କୋଟି ବ୍ୟୟ ହେବ
ଏମଏସଏମଇରେ ଉଦ୍ୟମ, ଇ-ଶ୍ରମ, ଏନସିଏସ ଏବଂ ଅସିମ ପୋର୍ଟାଲର ସଂଯୋଜନ ହେବା ସହିତ ସେଗୁଡ଼ିକର ପରିସର ବ୍ୟାପକ କରାଯିବ
କୃଷି ଏବଂ ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରର ଷ୍ଟାର୍ଟଅପ୍ଙ୍କୁ ନାବାର୍ଡ ମାଧ୍ୟମରେ ଅର୍ଥ ଯୋଗାଣ ପାଇଁ ପାଣ୍ଠି
ଷ୍ଟାର୍ଟଅପରେ ନିବେଶ ସଂଗ୍ରହ ପାଇଁ ବିଶେଷଜ୍ଞ କମିଟି ଗଠନ ହେବ
ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଟିକସ ଛାଡ଼ ବ୍ୟବସ୍ଥା ଆଉ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି
କୃଷି
ଏମଏସପିରେ ଧାନ ଓ ଗହମ ସଂଗ୍ରହ ପାଇଁ ୨.୩୭ ଲକ୍ଷ କୋଟି
ଖାଇବା ତେଲ ଆମଦାନି ହ୍ରାସ ପାଇଁ ତୈଳଜୀବ ଉତ୍ପାଦନ ବୃଦ୍ଧି ଯୋଜନା
କେନ୍ ବେଟୱା ନଦୀ ସଂଯୋଗୀକରଣ ପାଇଁ ୪୪୬୦୫ କୋଟି
୫ ନଦୀ ସଂଯୋଗୀକରଣ ପାଇଁ ଚିଠା ପ୍ରକଳ୍ପ ରିପୋର୍ଟ ଚୂଡ଼ାନ୍ତ
ଗଙ୍ଗା ନଦୀ କୂଳରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ
ଡିଜିଟାଲ ବ୍ୟାଙ୍କିଂ ଓ ଅନ୍ୟାନ୍ୟ
ସରକାରୀ ସାମଗ୍ରୀ ସଂଗ୍ରହରେ ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ସିଓରିଟି ବଣ୍ଡର ବ୍ୟବହାର
ବିବାଦ ସମାଧାନ ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥି କେନ୍ଦ୍ର ଗିଫ୍ଟ ସିଟିରେ ସ୍ଥାପନ ହେବ
ପିତାମାତା/ଅଭିଭାବକ ୬୦ ବର୍ଷରେ ପହଞ୍ଚିଲେ ସେମାନଙ୍କ ଉପରେ ନିର୍ଭରଶୀଳ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ
ଦୂରସଂଚାର
ଡାଟା ସେଣ୍ଟର ଓ ଷ୍ଟୋରେଜ୍ ସିଷ୍ଟମକୁ ଭିତ୍ତିଭୂମି ମାନ୍ୟତ, ସହଜରେ ଅର୍ଥ ମିଳିବ
ବ୍ୟବସାୟ ଓ ବଞ୍ଚିବା ସହଜ
ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ୭୫୦୦୦ ନିୟମ କାର୍ଯ୍ୟକାରିତାକୁ ବନ୍ଦ କରାଯାଇଛି ଏବଂ ୧୪୮୬ଟି କେନ୍ଦ୍ରୀୟ ଆଇନ ଉଚ୍ଛେଦ ହୋଇଛି
ଭାରତ ପକ୍ଷରୁ ଇଜ୍ ଅଫ୍ ଡୁଇଂ ବିଜନେସର ଦ୍ବିତୀୟ ସଂସ୍କରଣ ଏବଂ ଇଜ୍ ଅଫ୍ ଲିଭିଂକୁ କାର୍ଯ୍ୟକାରୀ କରାଯିବ
କମ୍ପାନିଗୁଡ଼ିକ ପାଇଁ ସ୍ବେଚ୍ଛାରେ ଉଦ୍ୟୋଗ ବନ୍ଦ ସମୟ ୨ ବର୍ଷରୁ ୬ ମାସକୁ କମିବ
ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ଆଇନକୁ ନୂଆ ଆଇନରେ ପରିବର୍ତ୍ତନ କରାଯିବ