ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଥାନା ଟିକିରାପଡ଼ା ଗାଁର ବାବୁଲୁ ମେହେରଙ୍କୁ (୩୬ ବର୍ଷ) ଗୁଳି କରି ଶନିବାର ହତ୍ୟା କରାଯାଇଥିଲା। ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁରଲୀକୁ ମେହେରକୁ ପୁଲିସ୍ ସୋମବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଥାଉକି ପୂର୍ବ ଶତ୍ରୁତା କାରଣରୁ ମୁରଲୀଙ୍କ ସହିତ ବାବୁଲୁର ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ମୁରଲୀ ବାବୁଲୁ ଉପରକୁ ଗୁଳି ଚାଳନା କରିଥିଲା।
ଟିକିରାପଡ଼ା ଗୁଳିକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲ ଗଲା
/sambad/media/post_attachments/wp-content/uploads/2021/03/subernpur-sccused.jpg)