କଟକ : ଅବକାରୀ ବିଭାଗରେ ବଡ଼ଧରଣର ଅବଳବଦଳ ହୋଇଛି। ୬ ଜଣ ଡେପୁଟି କମିସନର ପାହ୍ୟାର ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଥିବାବେଳେ ୨୪ ଜଣ ଡିଏସ୍‌ପିଙ୍କ ବଦଳି ହୋଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଏବଂ ୧୮ ଜଣଙ୍କୁ ଇନଚାର୍ଜ ଏସ୍‌ପି ଭାବ ଦାୟିତ୍ବ ମିଳିଛି। ନୂଆ ନିର୍ଦ୍ଦେଶନାମା ପରେ ସମସ୍ତଙ୍କ ଅଧିକାରୀଙ୍କୁ ନୂଆ ଜିଲ୍ଲା ଓ ଏଷ୍ଟାବ୍ଲିସମେଣ୍ଟର ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନା ଅନୁଯାୟୀ, ଅବକାରୀ ବିଭାଗର ୬ ଜଣ ଡେପୁଟି କମିସନରଙ୍କ ବଦଳି ତାକିଲାରେ ଡେପୁଟି କମିସନର ଅଶୋକ କୁମାର ଶତପଥୀଙ୍କୁ ଦକ୍ଷିଣାଞ୍ଚଳ ଡିଭିଜନ୍ ବ୍ରହ୍ମପୁରକୁ ବଦଳି କରାଯାଇଥିବାବେଳେ ରାମ ଚନ୍ଦ୍ର ମିଶ୍ରଙ୍କୁ କଟକ ଅବକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ, ରଜତ କୁମାର ପ୍ରହରାଜଙ୍କୁ କଟକ କେନ୍ଦ୍ରୀୟ ଡିଭିଜନ, ଦଣ୍ଡପାଣି ବେହେରାଙ୍କୁ କଟକ ଅବକାରୀ ନିର୍ଦ୍ଦେଶାଳୟ, ରାଜେନ୍ଦ୍ର କୁମାର ଭୋତ୍ରାଙ୍କୁ ଉତ୍ତରାଞ୍ଚଳ ଡିଭିଜନ ସମ୍ବଲପୁର, ଡମ୍ବରୁଧର ଖଣ୍ଡଙ୍କୁ କଟକ ଅବକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିଭଳି; ୨୪ ଜଣ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ପାହ୍ୟାର ଅଧିକାରୀଙ୍କ ମଧ୍ୟରୁ ୬ ଜଣଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ସେମାନଙ୍କ ମଧ୍ୟରୁ ଅରୁଣ କୁମାର ପାଢୀ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଇଛନ୍ତି। ସେହିଭଳି ଦେବୀପ୍ରସାଦ ଦାସଙ୍କୁ ଗଞ୍ଜାମ, ସୀତାକାନ୍ତ ମୁଦୁଲିଙ୍କୁ ବଲାଙ୍ଗୀର, ସେକ୍ ଅସରଫ ଅଲ୍ଲିଙ୍କୁ ରାଉରକେଲା, କିଷ୍ଣା ନାୟକଙ୍କୁ ବୌଦ୍ଧ, ଅଭିରାମ ବେହେରାଙ୍କୁ ରାୟଗଡ଼ା ଜିଲ୍ଲାରେ ନିଯୁକ୍ତ ମିଳିଛି। ଅବଶିଷ୍ଟ ୧୮ ଜଣ ଡିଏସ୍‌ପିଙ୍କୁ ଆଡ-ହକ ଭିତ୍ତିରେ ଇନ୍‌ଚାର୍ଜ ଏସ୍‌ପି ଦାୟିତ୍ବ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ସୁବଳ କୁମାର ନାଏକଙ୍କୁ ବରଗଡ଼, ମଧୁସ୍ମିତା ନାୟକଙ୍କୁ ଅନୁଗୁଳ, ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ଭୁବନେଶ୍ବର, ଅଶୋକ କୁମାର ସେଠଙ୍କୁ ସମ୍ବଲପୁର, ଅମରେନ୍ଦ୍ର କୁମାର ଜେନାଙ୍କୁ ଯାଜପୁର, ନାରାୟଣ ମେହେରଙ୍କୁ କେନ୍ଦୁଝର, ସୁମତି ତ୍ରିପାଠୀଙ୍କୁ ସୋନପୁର, ବିମ୍ବାଧର ପଣ୍ଡାଙ୍କୁ ଗୋପାଳପୁର, ଜଗଦିଶ ଚନ୍ଦ୍ର ସାମଲଙ୍କୁ ପୁରୀ, ପ୍ରଶାନ୍ତ କୁମାର କହଁରଙ୍କୁ ମୟୁରଭଞ୍ଜ, ସୁଶାନ୍ତ କୁମାର ପାଢ଼ୀଙ୍କୁ ବାଲେଶ୍ବର, ପ୍ରବୀର କୁମାର ସାମଲଙ୍କୁ କନ୍ଧମାଳ, ରଞ୍ଜନ କୁମାର ନାୟକଙ୍କୁ କଳାହାଣ୍ଡି, ପ୍ରତାପ କୁମାର ଦାସଙ୍କୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ଦେବୀ ପ୍ରସାଦ ମିଶ୍ରଙ୍କୁ କେନ୍ଦ୍ରାପଡ଼ା, ସିଦ୍ଧେଶ୍ବର ବେସ୍ରାଙ୍କୁ କଟକରେ ଥିବା ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍, ଦେବାଶିଷ ପଟେଲଙ୍କୁ କଟକ, ସଂଘମିତ୍ରା ପ୍ରଧାନଙ୍କୁ ନୂଆପଡ଼ାରେ ନିଯୁକ୍ତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।