ଭୁବନେଶ୍ବର ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୩୫ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଅତିରିକ୍ତ କମିସନର ଭାବେ କାର୍ଯ୍ୟ କରୁଥିବା ଅନାମ ଚରଣ ପାତ୍ରଙ୍କୁ ସିଏମ୍‌ସି କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ, ହସ୍ତଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ମଧୁମିତା ରଥଙ୍କୁ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତଙ୍କୁ ଓକାକ୍‌ର ସିଇଓ,  ପୂର୍ବତନ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ କଳ୍ପତରୁ ବେହେରାଙ୍କୁ ସିଏମ୍‌ସିର ଅତିରିକ୍ତ କମିସନର, ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଗୌରହରି ବେହେରାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିିରିକ୍ତ ସଚିବ, କେନ୍ଦୁଝରର ପୂର୍ବତନ ଏଡିଏମ୍‌ ଯଦୁମଣି ମହଲାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, କନ୍ଧମାଳ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଏଡିଏମ୍‌, କଳିଙ୍ଗନଗର ଏଡିଏମ୍‌ ଲଙ୍କେଶ୍ବର ଅମାତଙ୍କୁ ଭଦ୍ରକ ଏଡିଏମ୍, ବଣାଇ ତହସିଲଦାର ଅଶୋକ କୁମାର ଗଡ଼ତିଆଙ୍କୁ ଅବକାରୀ ବିଭାଗର ଅତିରିକ୍ତ କମିସନର, ମୟୂରଭଞ ଏଡିଏମ୍ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ୍, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଦରିଦ୍ରଭଞ୍ଜନ ଏମ୍‌.ଏମ୍ ପାତ୍ରଙ୍କୁ ବାରିପଦା-ମୟୂରଭଞ୍ଜ ମେଜର ସେଟେଲମେଣ୍ଟର ବନ୍ଦୋବସ୍ତ ଅଧିକାରୀ, ସିଡିଆଇ, ଭୁବନେଶ୍ବର କାର୍ଯ୍ୟାଳୟର ଏସ୍‌.ଆର୍‌ (ମହାପ୍ରବନ୍ଧକ) ରଞ୍ଜନ ବେହେରାଙ୍କୁ ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ, ବାଲେଶ୍ବର ଏଡିଏମ୍ ନିରଞ୍ଜନ ବେହେରାଙ୍କୁ ପାରାଦୀପ ଏଡିଏମ୍, ପାରାଦୀପ ଏଡିଏମ୍ ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଓସେପା ଯୁଗ୍ମ ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଅନୁଗୁଳ ଏଡିଏମ୍ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ, ରାଇରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, କେନ୍ଦୁଝର ମ୍ୟୁନିସପାଲଟି ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ, ବଣାଇର ପୂର୍ବତନ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଢେଙ୍କାନାଳ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ପୂର୍ବତନ ଶ୍ରମ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାଏକଙ୍କୁ ଓଏସ୍‌ସିଏସ୍‌ସିର ମହାପ୍ରବନ୍ଧକ (କ୍ରୟ), ଚମ୍ପୁଆର ପୂର୍ବତନ ଉପଜିଲ୍ଲାପାଳ ସୁକାନ୍ତ ମାଝୀଙ୍କୁ ରାୟଗଡ଼ା ଏଡିଏମ୍, କେନ୍ଦୁଝରର ପୂର୍ବତନ ଏଡିଏମ୍ ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ାର ପି.ଡି (ଆର୍‌ ଆଣ୍ଡ ଆର୍), ଢେଙ୍କାନାଳ ଉପଜିଲ୍ଲାପାଳ ସପନ କୁମାର ନନ୍ଦଙ୍କୁ କଳିଙ୍ଗନଗର ଏଡିଏମ୍, ଜାଗା ମିସନ୍ ଓଏସ୍‌ଡି ସଞ୍ଜୟ କୁମାର ରାଉତଙ୍କୁ ଓଡ଼ିଶା ମଦ ନିଗମର ମହାପ୍ରବନ୍ଧକ, ବାଲେଶ୍ବରର ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କୁ ନୀଳଗିରି ଉପଜିଲ୍ଲାପାଳ, ତାଳଚେରର ପୂର୍ବତନ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ, ପଦ୍ମପୁରର ପୂର୍ବତନ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗୀର ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଦିଲ୍ଲୀପ କୁମାର ବେହେରାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ଆଠଗଡ଼ର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ଏସ୍‌ଡିଏମ୍‌, ଜୟପୁରର ପୂର୍ବତନ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ଭବାନିପାଟଣା ଏସ୍‌ଡିଏମ୍, ସମ୍ବଲପୁର ମହାନନଗର ନିଗମର ଡେପୁଟି କମିସନର ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରଗଡ଼ ଉପଜିଲ୍ଲାପାଳ, ଜଗତସିଂହପୁରର ଅତିରିକ୍ତ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କୁ ଢେଙ୍କାନାଳ ଏସ୍‌ଡିଏମ୍, ବ୍ରହ୍ମପୁରର ଅତିରିକ୍ତ ଉପଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ବାରିପଦା ଆଇଟିଡିଏ ପିଏ ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ମ୍ୟୁନିସପାଲଟିର ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।