ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ, ଅନୁପ ସାହୁ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ ଓ ଓପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଡିଆଇଜି ପାହ୍ୟାକୁୁ ପଦୋନ୍ନତି ପାଇଛନ୍ତି । ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି କରାଯାଇଛି । ତାଙ୍କ ସ୍ଥାନରେ ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି । ୧୯୮୮ ବ୍ୟାଚ ଆଇପିଏସ ଅଫିସର ଅତିରିକ୍ତ ଡିଜିପି (ଟ୍ରେନିଂ) ଏମ.କେ ଛାବ୍ରାଙ୍କୁ ଅତିରିକ୍ତ ଡିଜିବି ଏସଏପି କରାଯାଇଛି । ସେହିପରି ବି. ରାଧିକାଙ୍କୁ ଅତିରିକ୍ତ ଡିଜିପି ଭାବେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଅରୁଣ କୁମାର ଷଡଙ୍ଗୀଙ୍କୁ ବିଜୁପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଆରପି କୋଚେଙ୍କୁ ଏଡିଜିପି, ଅପରେସନ୍ସ ଦାୟିତ୍ୱ ଦିଆଯାଇଛି । ଆରକେ ଶର୍ମାଙ୍କୁ ଅତିରିକ୍ତ ନିର୍ଦ୍ଦେଶକ( ଗୁଇନ୍ଦା ବିଭାଗ ) କରାଯାଇଛି । ସେହିପରି ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚ ଆଇଜି କରାଯାଇଛି । ସଂଜୟ ସିଂ ଭୁବନେଶ୍ୱର-କଟକର ଏସିପି ଦାୟିତ୍ୱ ଦିଆଯାଇଛି । ଅବିନାଶ କୁମାରଙ୍କୁ ମୟୁରଭଞ୍ଜ ଏସବି ବ୍ରିଜେଶ ରାୟଙ୍କୁ ଗଞ୍ଜାମ ଏସପି, ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୁଳ ଏସପି, ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଏସପି କରାଯାଇଛି ।

ଏସବୁ ଅଦଳବଦଳକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଂଜୁରୀ ଦିଆଯାଇଛି । ସବିଶେଷ ବିବରଣୀ ପାଇଁ ତାଲିକା ଦେଖନ୍ତୁ ।

ସମ୍ବନ୍ଧିତ ଖବର