ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ୍ ଆୟୋଜନ କରାଯିବ। ଏଥି ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀର ଡସେଲ୍ଡର୍ଫଠାରେ ସେଠାକାର ଚାମ୍ବର୍ ଅଫ୍ କମର୍ସର ପ୍ରତିନିଧିମାନଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ଆଜି ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କିରବା ସହ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଉପଲବ୍ଧ ଅନୁକୂଳ ବାତାବରଣ ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଲେରସ୍, ଆଇବିସି-ସୋଲାର୍, ଜିଏମ୍ବିଏଚ୍ ଗ୍ରୁପ୍ ଏବଂ ଏନର୍ଜିଜେଣ୍ଟର୍ ଏନ୍ଆର୍ଡବ୍ଲ୍ୟୁ ଆଦି ୪ଟି ବୃହତ ଶିଳ୍ପ ସଂସ୍ଥା କନ୍କ୍ଲେଭ୍ରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ଇଟାଲୀର ମିଲାନ୍ ଠାରେ ମଧ୍ୟ ଓଡ଼ିଶାର ପ୍ରତିନିଧି ଦଳ ସେଠାକାର ଶିଳ୍ପୋଦ୍ୟୋଗୀମାନଙ୍କୁ ଭେଟିଥିଲେ। ଏହା ପରେ ଏହି ପ୍ରତିନିଧି ଦଳ ସାଉଦି ଆରବ ଗସ୍ତ କରିବେ ବୋଲି ସୂଚନା ମିଳିଛି। ମନ୍ତ୍ରୀ ଶ୍ରୀ ଦାସଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଓଡ଼ିଶା ଶିଳ୍ପ ବିକାଶ ନିଗମର ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ମୋଟ୍ ୧୩ ଜଣ ସାମିଲ୍ ହୋଇଛନ୍ତି।
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ : ଜର୍ମାନୀରେ ଶିଳ୍ପପତିଙ୍କ ସହ ଓଡ଼ିଶା ପ୍ରତିନିଧିଙ୍କ ଆଲୋଚନା
/sambad/media/post_attachments/wp-content/uploads/2018/07/make.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)