ଭୁବନେଶ୍ବର : ନୂଆଦିଲ୍ଲୀ ପରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇଠାରେ ବି ବିଶିଷ୍ଟ ଶିଳ୍ପପତି ଓ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା ସମ୍ମିଳନୀର ଏକ କର୍ଟନ ରେଜର କାର୍ଯ୍ୟକ୍ରମ ଅବସରରେ ସେ ସେମାନଙ୍କୁ ଭେଟିବା ସହ ସମ୍ମିଳନୀକୁ ଆମନ୍ତ୍ରଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଭେଟିଥିବା ଶିଳ୍ପପତିମାନଙ୍କ ମଧ୍ୟରେ ଅଛନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ, ଆଦିତ୍ୟ ବିରଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିରଲା, ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଓ୍ବାରି ଗ୍ରୁପ ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀ, ଏସବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖରା, ଅପାର ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ଚୈତନ୍ୟ ଦେସାଇ, ଜେଏମ ବକ୍ସି ଗ୍ରୁପର ଏମଡି ଧ୍ରୁବ କୋଟାକ୍, ଆଇସିଆଇସିଆଇ ବ୍ୟାଙ୍କ ଇଡି ରାକେଶ ଝା, ଏଚଡିଏଫସି ବ୍ୟାଙ୍କ କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଏସଟିଟି ଜିଡିସି ଇଣ୍ଡିଆର ସିଏଫଓ ବିମଲ ଖଣ୍ଡେଲଓ୍ବାଲ ।
/sambad/media/post_attachments/wp-content/uploads/2022/09/WhatsApp-Image-2022-09-14-at-19.33.37-1.jpeg)
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟର ସୁନ୍ଦର ସମ୍ଭାବନା, ଓଡ଼ିଶାର ଅନୁକୂଳ ବ୍ୟବସାୟ ବାତାବରଣ, ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଶିଳ୍ପପତି ଓ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅବଗତ କରାଇଛନ୍ତି ।
/sambad/media/post_attachments/wp-content/uploads/2022/09/WhatsApp-Image-2022-09-14-at-19.33.37.jpeg)
ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ୍, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ମେକ୍ ଇନ ଓଡ଼ିଶା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।
/sambad/media/post_attachments/wp-content/uploads/2022/09/FcmU8RRaQAAwx0G-1024x682.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/WhatsApp-Image-2022-09-14-at-20.21.12.jpeg)