୩୦ରୁ ଜାପାନ, ଥାଇଲ୍ୟାଣ୍ଡରେ ହେବ ମେକ୍‌-ଇନ୍‌-ଓଡ଼ିଶା ପାଇଁ ରୋଡ୍‌-ସୋ

ଭୁବନେଶ୍ୱର : ଚଳିତ ମାସ ୩୦ ତାରିଖରୁ ଏକ ସପ୍ତାହ ପାଇଁ ଜାପାନ ଏବଂ ଥାଇଲ୍ୟାଣ୍ଡର ୩ଟି ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‌-ଇନ୍‌-ଓଡ଼ିଶା ପାଇଁ ରୋଡ୍‌-ସୋ କରାଯିବ। ଓଡ଼ିଶାରେ ପର୍ଯ୍ୟଟନ, ଶିଳ୍ପ ଆଦି କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ହେଉଛି ଏହାର ମୁଖ୍ୟ ଆଭିମୁଖ୍ୟ। ଏଥିପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ଏକ ୮ଜଣିଆ ପ୍ରତିନିଧି ଦଳ ଗସ୍ତ କରିବ। ଜାପାନର ଟୋକିଓ, ଓସାକା ଏବଂ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌ରେ ରୋଡ୍‌-ସୋ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର