ସୁପ୍ରିମ୍‌କୋର୍ଟ ଓକିଲଙ୍କୁ ହାଇକୋର୍ଟ ବିଚାରପତି କରିବା ପ୍ରସଂଗ: ପ୍ରସ୍ତାବକୁ ହାଇକୋର୍ଟ ବାର୍‌ର ବିରୋଧ, ପ୍ରଧାନବିଚାରପତିଙ୍କୁ ଚିଠି

କଟକ : ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀଙ୍କୁ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବା ପ୍ରସ୍ତାବକୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ବିରୋଧ କରିଛି। ସୁପ୍ରିମ୍‌କୋର୍ଟ ବାର୍ ଆସୋସିଏସନର ଏପରି ପ୍ରସ୍ତାବ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଓ ଏହାକୁ ଖାରଜ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଭାରତର ପ୍ରଧାନବିଚାରପତିଙ୍କୁ ଚିଠି ଲେଖାଯାଇଛି। ଆଜି ଇ-ମେଲ ମାଧ୍ୟମରେ ଏହି ଚିଠି ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଓ ହାଇକୋର୍ଟର ମୁଖ୍ୟବିଚାରପତିଙ୍କୁ ପଠାଯାଇଛି ବୋଲି ହାଇକୋର୍ଟ ବାର୍ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ଓ ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ସୂଚନା ଦେଇଛନ୍ତି। ଜୁନ୍ ୧୪ ତାରିଖ ଦିନ ବାର୍ ସଭାପତି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ନିର୍ବାହୀ ପରିଷଦ ବୈଠକରେ ଉପସଭାପତି ଦେବୀପ୍ରସାଦ ଦାଶ, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ଓ ଅନ୍ୟ କର୍ମକର୍ତ୍ତାମାନେ ଏହି ପ୍ରସଂଗରେ ଆଲୋଚନା କରି କେତେକ ପ୍ରସ୍ତାବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର