କଳାହାଣ୍ଡି ଜିଲ୍ଲାରେ ଘାତକ ସାଜିଲାଣି ମ୍ୟାଲେରିଆ, ନେଲାଣି ବହୁ ଲୋକଙ୍କ ପ୍ରାଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମ୍ୟାଲେରିଆ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷତଃ ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ବ୍ଲକ ଓ ଅନ୍ୟ ବ୍ଲକର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଯୋଗୁଁ ବହୁ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଗତ ୧୧ ବର୍ଷ ମଧ୍ୟରେ ସରକାରୀ ଭାବେ ୯୯ ଜଣଙ୍କ ମୃତ୍ୟୁ ଘଟିଛି । ବେସରକାରୀ ଭାବେ ଏହାର ସଂଖ୍ୟା ଢେର ଅଧିକ ଅଟେ । ଦିନକୁ ଦିନ ମ୍ୟାଲେରିଆ ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୨୦୦୯ ମସିହାରେ ୨ ଲକ୍ଷ ୫୦ ହଜାର ୬୫ଟି ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୨୮ ହଜାର ୯୨୨ ପଜିଟିଭ, ସେଥି ମଧ୍ୟରୁ ପିଏଫ ୨୪୮୧୦, ପିଭି ୪୧୧୨ ବାହାରି ଥିବା ବେଳେ ୫ ଜଣ ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ୨୦୧୦ ମସିହାରେ ୨୫୬୧୯୧ ଟି ପରୀକ୍ଷା ମଧ୍ୟରୁ ୨୬୭୨୧ ପଜିଟିଭ, ସେଥି ମଧ୍ୟରୁ ପିଏଫ ୨୩୩୩୨, ପିଭି ୩୩୮୯ ଓ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୧ ମସିହାରେ ୨୪୦୭୧୫ ଟି ପରୀକ୍ଷା ମଧ୍ୟରୁ ୨୦୯୩୨ ପଜିଟିଭ , ସେଥି ମଧ୍ୟରୁ ୧୮୪୯୭ ପିଏଫ, ୨୪୩୫ ପିଭି ଓ ୧୭ ଜଣ ମୃତ, ୨୦୧୨ ମସିହାରେ ୨୬୩୫୫୭ ଟି ପରୀକ୍ଷା ରୁ ୧୯୦୫୮ ପଜିଟିଭ, ୧୭୩୪୬ ପିଏଫ, ୧୭୦୭ପିଭି ଓ ୧୩ ଜଣ ମୃତ, ୨୦୧୩ ମସିହାରେ ୨୮୬୫୯୧ ପରୀକ୍ଷା ହୋଇଥିବା ବେଳେ ୨୦୧୨୦ ପଜିଟିଭ, ୧୮୫୫୩ ପିଏଫ, ୧୫୬୭ ପିଭି ଓ ୧୨ ଜଣ ମୃତ, ୨୦୧୪ ମସିହାରେ ୩୧୪୪୫୦ଟି ପରୀକ୍ଷା ରୁ ୨୯୫୩୩ ପଜିଟିଭ, ୨୬୭୦୭ ପିଏଫ, ୨୮୨୬ ପିଭି ଓ ୬ ଜଣ ମୃତ, ୨୦୧୫ ମସିହାରେ ୩୧୯୭୫୩ ପରୀକ୍ଷା ମଧ୍ୟରୁ ୩୧୭୩୯ ପଜିଟିଭ, ୨୮୨୨୭ ପିଏଫ, ୩୫୧୨ ପିଭି ଓ ୫ ଜଣ ମୃତ, ୨୦୧୬ ମସିହାରେ ୩୬୨୮୯୯ଟି ପରୀକ୍ଷା ହୋଇଛି ସେଥିମଧ୍ୟରୁ ୪୪୯୧୬ ପଜିଟିଭ, ୩୯୪୬୩ ପିଏଫ, ୫୪୫୩ ପିଭି ଓ ୩ ଜଣ ମୃତ, ୨୦୧୭ ମସିହାରେ ୩୧୪୨୩୬ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ୩୧୨୬୫ ପଜିଟିଭ, ୩୬୪୦୪ ପିଏଫ, ୪୮୬୧ ପିଭି, ୨୦୧୮ ମସିହାରେ ୩୧୮୮୯୩ ଟି ପରୀକ୍ଷା ହୋଇଥିବା ବେଳେ ୮୬୯୬ ପଜିଟିଭ, ୭୨୯୦ ପିଏଫ, ୧୪୦୬ ପିଭି, ୨୦୧୯ ମସିହାରେ ୩୩୮୯୩୪ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୬୦୧୨ ଜଣଙ୍କ ନମୁନା ପଜିଟିଭ ବାହାରିଥିଲା । ସେଥି ମଧ୍ୟରୁ ୫୪୮୨ ଜଣଙ୍କ ରକ୍ତ ନମୁନା ପିଏଫ ଓ ୫୩୦ ଜଣଙ୍କ ରକ୍ତ ନମୁନା ପିଭି ରିପୋର୍ଟ ବାହାରିଥିଲା।

Daily Mirror

ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୦ ମସିହାରେ ସର୍ବାଧିକ ୩୮ ଜଣ ରୋଗୀଙ୍କ ମ୍ୟାଲେରିଆରେ ମୃତ୍ୟୁ ବରଣ ହୋଇଥିଲା । ଗତ ୨୦୧୭ ମସିହା, ୨୦୧୮ ମସିହା ଓ ୨୦୧୯ ମସିହାରେ କୌଣସି ରୋଗୀ ମ୍ୟାଲେରିଆରେ ମୃତ୍ୟୁ ବରଣ କରିନଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ସମେତ ବହୁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କ ପରିସଂଖ୍ୟନ ସରକାରୀ ରିପୋର୍ଟ ରେ ଆସିପାରେନାହିଁ । ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଗାଁ ମାନଙ୍କୁ ରାସ୍ତା ନ ଥିବା ଯୋଗୁଁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ରୋଗୀମାନେ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚି ପାରନ୍ତି ନାହିଁ । ଜଙ୍ଗଲୀ ଚେରିମୂଲି, ଗୁଣିଗାରେଡି ଓ କ୍ୱାକ ଭରଷାରେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ନିର୍ଭର କରିଥାଏ । ଦୁର୍ଗମ ଅଞ୍ଚଳରେ କ୍ୱାକ ମାନେ ରୋଗୀମାନଙ୍କ ଠାରୁ ମ୍ୟାଲେରିଆ ଚିକିତ୍ସା ଆଳରେ ବେଶ ମୁନାଫା ରୋଜଗାର କରିଥାନ୍ତି । ଡାକ୍ତରଖାନାର ସମ୍ପୁଲ ମେଡ଼ିସିନ ନେଇ ରୋଗୀ ମାନଙ୍କ ଠାରୁ ଟଙ୍କା ଆଦାୟ କରିଥାନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଓ ସହର ମାନଙ୍କର ଆଗରୁ ଡିଡିଟି ସିଞ୍ଚନ ହେଉଥିବା ବେଳେ ବର୍ତ୍ତମାନ ଏହା ଦେଖିବାକୁ ମିଳୁନାହିଁ । ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ନ ଥିବା ଯୋଗୁଁ ସରକାରଙ୍କ ମାଗଣା ଔଷଧ ଦିଆ ମଶାରୀ ପହଞ୍ଚି ପାରେ ନାହିଁ। ସହରାଞ୍ଚଳ ରେ ଡ୍ରେନ ସଫେଇ ଠିକ ଭାବେ ହେଉନଥିବା ଯୋଗୁଁ ମଶା ଉପଦ୍ରବ ବୃଦ୍ଧି ପାଇଥାଏ । ସରକାରଙ୍କ ମ୍ୟାଲେରିଆ ନିୟନ୍ତ୍ରଣ ଯୋଜନାରେ ସମସ୍ତ ସୁବିଧା ମାଗଣା ଥିବା ବେଳେ ଲୋକେ ଏହାର ସୁବିଧା ସୁଯୋଗ ନେଇ ପାରୁନାହାନ୍ତି । ଫଳରେ ବର୍ଷ ବର୍ଷ ଧରି ମ୍ୟାଲେରିଆ ନିରାକରଣ କାଗଜକଲମରେ ଚାଲିଛି । ଗ୍ରମାଞ୍ଚଳରେ ସରକାରୀ ଯୋଜନାର ସଚେତନ ଅଭାଵ ଯୋଗୁଁ ଲୋକେ ଏହାର ଫାଇଦା ଉଠାଇ ପାରୁନାହାନ୍ତି । ଗତ ୧୧ ବର୍ଷ ମଧ୍ୟରେ ୯୯ ଜଣ ମ୍ୟାଲେରିଆ ରେ ମୃତ୍ୟୁ ବରଣ କରିଥିବା ସରକାରୀ ନଥିପତ୍ର କହୁଥିବା ବେଳେ ବେସରକାରୀ ଭାବେ ଏହା ଢେର ଅଧିକ ହୋଇଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଅପହଞ୍ଚ ଇଲାକାରେ ମ୍ୟାଲେରିଆ ସଚେତନ, ରକ୍ତ ନମୁନା ପରୀକ୍ଷା, ଡିଡିଟି ସିଞ୍ଚନ, ମଶାରୀ ବଣ୍ଟନ ଓ ମ୍ୟାଲେରିଆ ଔଷଧ ବଣ୍ଟନର ସରଜମୀନ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରିବ।

ସମ୍ବନ୍ଧିତ ଖବର