ମ୍ୟାଲେରିଆ ରିସର୍ଚ୍ଚ ଫିଲ୍ଡ ୟୁନିଟ ସ୍ଥାନାନ୍ତର ମାମଲା : ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

କଟକ : ରାଉଲକେଲାରେ ଦୀର୍ଘ ୩୨ ବର୍ଷ ହେବ କାର୍ଯ୍ୟ କରୁଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଲେରିଆ ରିସର୍ଚ୍ଚ (ଏନଆଇଏମ୍‌ଆର୍‌) ଫିଲ୍ଡ ୟୁନିଟକୁ ରାଞ୍ଚି ୟୁନିଟରେ ମିଶ୍ରଣକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ କେନ୍ଦ୍ର ସରକାର ହାଇକୋର୍ଟରେ ଜବାବ ଦାଖଲ କରିଥିଲେ। କିନ୍ତୁ ରାଉରକେଲାର ସ୍ଥାନୀୟ ବାସିନ୍ଦାଙ୍କୁ ଆଣ୍ଟି ମ୍ୟାଲେରିଆ ଡ୍ରଗ୍ ଓ ଚିକିତ୍ସା ପ୍ରଦାନ ପ୍ରସଂଗରେ ଜବାବରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ସଦାନନ୍ଦ ସାହୁଙ୍କ ତରଫରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର