ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଆବାସିକ ବିଦ୍ୟାଳୟରେ ମ୍ୟାଲେରିଆର ପ୍ରକୋପ। ପୁଣି ଜଣେ ଅନ୍ତେବାସୀ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତକ ଶେଷଖାଲ ଥାନା ଅନ୍ତର୍ଗତ ଜାଙ୍ଗିଡ଼ି ଗ୍ରାମର ପିଙ୍କି ନାଚିକା ବୋଲି ସୂଚନା ମିଳିଛି। ମାଟିକଣା ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଅନ୍ୟପଟେ ଗତ ୧୨ଦିନ ଭିତରେ ଆବାସିକ ବିଦ୍ୟାଳୟରେ ଏହା ହେଉଛି ଦ୍ବିତୀୟ ମୃତ୍ୟୁ।
ଗତ ସପ୍ତାହରେ ପିଙ୍କିଙ୍କୁ ଜ୍ବର ହୋଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ରକ୍ତ ପରୀକ୍ଷା ନ କରି କେବଳ ଜ୍ବର ଔଷଧ ଦେଇଥିଲେ। ମଙ୍ଗଳବାର ଅବସ୍ଥା ବିଗିଡ଼ିବାରୁ ରକ୍ତ ପରୀକ୍ଷା କରାଯାଇଥିଲା। ମ୍ୟାଲେରିଆ ପଜିଟିଭ୍ ଆସିବାରୁ ଡାକ୍ତରଖାନା ନେବା ବଦଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାରକୁ ଫୋନ୍ କରି ଝିଅକୁ ନେଇଯିବା ପାଇଁ କହିଲେ। ତୁରନ୍ତ ଭାଇ କିଶୋର ନାଚିକା ପହଞ୍ଚି ଗୋଟିଏ ଅଣ୍ଡରଟେକିଂ ଲେଖି ଭଉଣୀକୁ ଘରକୁ ନେଇଯାଇଥିଲେ। ଏହାପରେ ପରିବାର ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଆଜି ଦିନ ୧୧ଟାରେ ପିଙ୍କି ମୃତ୍ୟୁବରଣ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଛି। ଡାକ୍ତରଖାନା ନେଇ ଚିକିତ୍ସା କରାଇବା ବଦଳରେ ଘରକୁ ନେଇଯିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଲେ ବୋଲି ବାପା ଶଙ୍କର ନାଚିକା ଅଭିଯୋଗ କରିଛନ୍ତି। ଜୁଲାଇ ୨୭ତାରିଖରେ କୁଲି ଗ୍ରାମସ୍ଥିତ ହଷ୍ଟେଲରେ ରହୁଥିବା ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ଅବହେଳା ନେଇ ଅଭିଯୋଗ ହେବାରୁ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ଘଟଣାର ତଦନ୍ତ କରିଛନ୍ତି। ପୁଣି ସମାନ ଘଟଣା ଘଟିଥିବାରୁ ଅନେକ ପ୍ରଶ୍ନ ଉଠିଛି।
ମ୍ୟାଲେରିଆ ନେଲା ଛାତ୍ରୀଙ୍କ ଜୀବନ
ରାୟଗଡ଼ା ଜିଲ୍ଲାର ଆବାସିକ ବିଦ୍ୟାଳୟରେ ମ୍ୟାଲେରିଆର ପ୍ରକୋପ। ପୁଣି ଜଣେ ଅନ୍ତେବାସୀ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତକ ଶେଷଖାଲ ଥାନା ଅନ୍ତର୍ଗତ ଜାଙ୍ଗିଡ଼ି ଗ୍ରାମର ପିଙ୍କି ନାଚିକା ବୋଲି ସୂଚନା ମିଳିଛି। ମାଟିକଣା ଉଚ୍ଚବିଦ୍ୟାଳୟ...
/sambad/media/media_files/2025/08/08/untitled-6-2025-08-08-06-48-15.jpg)