ହାତ ବଢ଼େଇଲା ମାଲେସିୟା ଓଡ଼ିଆ ସଂଗଠନ, ଫନି ପ୍ରଭାବିତଙ୍କୁ ୩ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଛି ମାଲେସିୟା ଓଡ଼ିଆ ସଂଗଠନ। ସୁଦୁର ମାଲେସିୟାରେ ବିଭିନ୍ନ ପଦପଦବୀରେ ରହୁଥିବା ଓଡ଼ିଆ ମାନେ ଓଡ଼ିଶାର ଫନି ବାତ୍ୟା ପରେ ନିଜସ୍ୱ ଉଦ୍ୟମରେ ୩ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଏହି ସଂଗୃହିତ ଟଙ୍କାକୁ ଏକ ଚେକ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।

ମାଲେସିୟା ଓଡ଼ିଆ ସଂଗଠନର ଅଧ୍ୟକ୍ଷ ଦିପ୍ତୀରଞ୍ଜନ ନନ୍ଦ, ବିଶିଷ୍ଟ ଶିଳ୍ପ ପତି ସଞ୍ଜୟ ଦାସ, ସଂଗଠନର ପ୍ରମୁଖ ସଦସ୍ୟ ଜୟଦେବ ଦାସ ଏବଂ ସୁରଭି ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ଏହି ସହାୟତାର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ସଂଗଠନର ଅଧ୍ୟକ୍ଷ ଶ୍ରୀ ନନ୍ଦ କହିଛନ୍ତି ଯେ, ମାଲେସିଆରେ ରହୁଥିବା ଓଡ଼ିଆ ମାନେ ସବୁବେଳେ ଓଡ଼ିଶାର ସୁଖଦୁଖରେ ସାମିଲ ହେବାକୁ ଆଗ୍ରହୀ । ଏଥିପାଇଁ ଗତ କିଛି ଦିନ ତଳେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶାର ବ୍ୟାପକ କ୍ଷତି ହୋଇଥିବାରୁ ଏହାର ଭରଣା ପାଇଁ ଏକ କ୍ଷୁଦ୍ର ସହାୟତା ପ୍ରଦାନ ପୂର୍ବକ ସମସ୍ତେ ମିଳିମିଶି ତିନି ଲକ୍ଷ ଟଙ୍କାର ସହା୍ରତା କରିଛନ୍ତି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର