ମାଳତୀ ଚୌଧୁରୀଙ୍କ ଜୟନ୍ତୀ

ଭୁବନେଶ୍ୱର : ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ପକ୍ଷରୁ ଏହାର ପ୍ରତିଷ୍ଠାତା ସ୍ୱର୍ଗତ ମାଳତୀ ଚୌଧୁରୀଙ୍କର ୧୧୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ବେଆଇନ ମହିଳା ଓ ଶିଶୁ ଚାଲାଣ, ବାଲ୍ୟବିବାହ ନିରୋଧ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ମାନବାଧିକାର କମିସନ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ର ଓ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଅସୀମ ଅମିତାଭ ଦାସ, ସମାଜସେବୀ ରୀନା ରାଉତରାୟ ଓ ମହିଳା ଥାନା ଭାରପ୍ରାପ୍ତ ଅଧିକାରୀ ଇମାନ କଲ୍ୟାଣ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ବୋର୍ଡର ସଚିବ ଏସ୍‌କେ କୁତୁବୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର