ଭୁବନେଶ୍ବର : ‘ତତେ ଚାହିଁବାରେ ଯୋଉ ମଜା ଅଛି, ଛୁଇଁବାରେ ଜମା ନାହିଁ..., ତତେ ଭାବିବାରେ ଯୋଉ ମଜା ଅଛି, ଗପିବାରେ ଜମା ନାହିଁ...। ଆଜକୁ ଦେଢ଼ ବର୍ଷ ତଳେ ସାର୍ଥକ ଏଫ୍ଏମ୍ ପାଇଁ ଏହି ଗୀତର ସ୍ବର ସଂରଚନା କରିଥିଲେ ସଂଗୀତ ନିର୍ଦେଶକ ମଳୟ ମିଶ୍ର। ଗୀତଟି ସେତେବେଳେ ୟୁ-ଟ୍ୟୁବ୍ରେ ଚର୍ଚିତ ହୋଇଥିଲା। ଦେଢ଼ ବର୍ଷ ସମୟ ଅତିକ୍ରାନ୍ତ ହୋଇଛି। ମାତ୍ର ସେଇ ସ୍ବରର ମହକରେ ପ୍ରଭାବିତ ହୋଇ ମରାଠି ଚଳଚ୍ଚିତ୍ର ‘ପାଟିଲ୍’ରେ ଏହି ଗୀତର ସ୍ବରକୁ ସମ୍ପୂର୍ଣ୍ଣ ନକଲ କରିଛନ୍ତି ଜି-ମ୍ୟୁଜିକ୍ ମରାଠି। ଏହିଭଳି ଏକ ଓଡ଼ିଆ ସଂଗୀତର ସ୍ବରକୁ ମରାଠି ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ନକଲ କରାଯିବା ଓଡ଼ିଆ ସଂଗୀତ ଶିଳ୍ପ ପାଇଁ ଶୁଭ ସଙ୍କେତ। ଅକ୍ଟୋବର ୨୬ରେ ମୁକ୍ତିଲାଭ କରିବାକୁ ଯାଉଥିବା ସନ୍ତୋଷ ରାମମୀନା ମିଜ୍ଗରଙ୍କ ନିର୍ଦେଶିତ ମରାଠି ଚଳଚ୍ଚିତ୍ର ‘ପାଟିଲ୍’ରେ ଏହି ଗୀତର ସ୍ବରକୁ ନିଆଯାଇଛି। ‘ତୁଲା ପାହୁନ... ଶୀର୍ଷକ ଏହି ଗୀତରେ ଭାଗ୍ୟଶ୍ରୀ ମୋଟେ, ନରେନ୍ଦ୍ର ଦେଶମୁଖ୍ ଏବଂ ପ୍ରତିମା ଦେଶ୍ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ଭିନ୍ନତା କେବଳ ଏତିକି ଯେ, ଉଭୟ ପୁରୁଷ ଓ ମହିଳାଙ୍କ ସ୍ବର ଶୁଣିବାକ ମିଳିଛି। ତେବେ ଓଡ଼ିଆ ଗୀତଟି କେବଳ ବିଷ୍ଣୁମୋହନ କବି ଗାଇଛନ୍ତି। ଅର୍ଥାତ ଗୀତଟିକୁ ପୁନଃ ସୃଷ୍ଟି କରାଯାଇଛି। ମରାଠି ଫିଲ୍ମ ଇଣ୍ଡଷ୍ଟ୍ରି ଏହି ଗୀତକୁ ସିନେମା ଉପଯୋଗୀ ଭାବିବା ଏବଂ ଏହାକୁ ଚଳଚ୍ଚିତ୍ରରେ ନେବା ମୋ ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ସଂଗୀତ ନିର୍ଦେଶକ ମଳୟ ମିଶ୍ର।
ମରାଠି ଚଳଚ୍ଚିତ୍ରରେ ମଳୟ ମିଶ୍ରଙ୍କ ସଂଗୀତର ସ୍ବର
/sambad/media/post_attachments/wp-content/uploads/2018/10/satya-malaya-mishra.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)