ତିରୁଅନନ୍ତପୁରମ: ଶୋଇବା ଘରୁ ମାଲୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ମୃତଦେହ ମିଳିଛି। ୩୫ ବର୍ଷୀୟା ମେନନ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା କହିଛି ପୁଲିସ। ରେଞ୍ଜୁସା ବିଭିନ୍ନ ଫିଲ୍ମ ଓ ଧାରାବାହିକରେ ସହ-କଳାକାର ଭାବେ କାମ କରୁଥିଲେ। କିଛି ମାସ ହେଲା ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ନିଜ ବାପା ଓ ମା’ଙ୍କ ସହ ରହୁଥିବା ରେଞ୍ଜୁସାଙ୍କ ପାଖରେ କାମର ଅଭାବ ଥିବାରୁ ସେ ମାନସିକ ଚାପ‌ରେ ରହୁଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Advertisment

ରେଞ୍ଜୁସା କରିଥିବା ଫିଲ୍ମଗୁଡ଼ିକ ହେଲା, ‘ଅଥଭୁଥା ଦ୍ୱିପୁ’, ‘ଲିସାମାୟୁଦ ଭେଡୁ’, ‘କରୟାସ୍ତାନ’, ‘ସିଟି ଅଫ୍ ଗଡ୍’ ଓ ‘ମରିକ୍କୁଣ୍ଡୁରୁ କୁଞ୍ଜାଡୁ’। ଏହା ସହ ସେ କରିଥିବା ଧାରାବାହିକ ମଧ୍ୟରେ ରହିଛି, ‘ସ୍ତ୍ରୀ’, ‘ନିଝାଲାତ୍ତମ୍’, ‘ମାଗାଲୁଦେ ଅମ୍ମା’ ଓ ‘ବାଲାମନି’। ସେ ଅନେକ ଧାରବାହିକରେ ନିର୍ମାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ, ରେଞ୍ଜୁସା ମେନନ୍ ଜଣେ ବୃତ୍ତିଗତ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ମଧ୍ୟ ଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଥିଲେ।