ଜାହାଜ ମାଲିକ ତେଲ କାଢ଼ିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ପାଇଛନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ବର : ପୁରୀ ଜିଲ୍ଲା ଚିଲିକା ମୁହାଣ ପାଖ ରାଜହଂସରେ ତୈଳ ବୋଝେଇ ମାଲେସିଆ ଜାହାଜକୁ ଖୁବଶୀଘ୍ର ହଟାଯିବ। ଜାହାଜ ଜୀନ୍ ଵା ମାଲିକ ପୁରୀ ଆସି ଜିଲ୍ଲା ପ୍ରଶାସନଠାରୁ ତୈଳ କାଢ଼ିବା ପାଇଁ ଅନୁମତି ନେଇସାରିଛି। ଆଜି ଏ ନେଇ ସୂଚନା ପ୍ରଦାନ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଜାହାଜରୁ ତୈଳ କାଢ଼ିବାବେଳେ ଯେପରି କୌଣସି ବି ଅବସ୍ଥାରେ ସମୁଦ୍ର ଜଳରେ ନ ମିଶିବ ସେଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମ୍ପୃକ୍ତ ଜାହାଜର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଥାଉକି, ବାଂଲାଦେଶରୁ ତୈଳ ବୋଝେଇ କରି ଜୀନ୍-ଵା ନାମକ ମାଲେସିଆ ଜାହାଜ ବିଶାଖାପାଟଣା ବନ୍ଦରକୁ ଯିବାବାଟରେ ଝଡ଼ବାତ୍ୟାରେ ବାଟବଣା ହୋଇ ଚଳିତମାସ ୭ ତାରିଖରେ ଚିଲିକା ମୁହାଣ ପାଖ ରାଜହଂସ କୂଳରେ ଲାଗିଥିଲା। ଜାହାଜରେ ହଜାର ହଜାର ଲିଟର ତୈଳ ଥିବାରୁ ସମୁଦ୍ରର ଜୈବ ବିବିଧତା ପ୍ରତି ବିପଦ ଦେଖାଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର