ଢେଙ୍କିକୋଟ: ଗତ ୩ ଦିନ ହେଲା କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଥିବା ଏକ ଦନ୍ତା ହାତୀ ବୁଧବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଇଲାକାକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଥିଲେ। ବାଣ ଫୁଟାଇ ହାତୀପଲକୁ ଘଉଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଢେଙ୍କିକୋଟ ବଜାର ଅଞ୍ଚଳରେ ଘର କରି ରହୁଥିବା ମୁରଲୀଧର ସାହୁଙ୍କ ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ହାତୀକୁ ଘଉଡ଼ାଇ ଦିଆ ଯାଇଥିଲା। ଏହି ହାତୀଟି ୩ ଦିନ ମଧ୍ୟରେ ସାନମସିଣାବିଲା ଛକ ଢ଼ାବା ପଛପଟେ ଗୋଟିଏ ଘରକୁ ୨ ଥର ଭାଙ୍ଗି ଦେଇଥିବାବେଳେ ସାନବରବେଡାରେ ମଧ୍ୟ ଗୋଟିଏ ଦୋକାନ ଭାଙ୍ଗିଥିଲା। ସେହିପରି ମୀନା ମୁଣ୍ଡା ଙ୍କ ଘର ମଧ୍ୟ ହାତୀ ଆକ୍ରମଣରେ ଆଂଶିକ ଭାଙ୍ଗିଥିବାବେଳେ ପଞ୍ଚାନନ ମୁଣ୍ଡାଙ୍କ ପରିବାର ଘର ଭାଙ୍ଗି ହାତୀ ଟି ଧାନ ଓ ଚାଉଳ ଖାଇଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ ମଧ୍ୟ ସାନମସିଣାବିଲା ଜଙ୍ଗଲରେ ଏହି ହାତୀ ଟି ଥିବା ଢେଙ୍କିକୋଟ ବନପାଳ ଚିତ୍ତରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/e9fa248c-caf1-4d2a-8ab4-ad08fdc92a0f.jpeg)