କଟକ: ରାଜ୍ୟର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ ବୋଲି କୁହାଯାଉଥିବା ମାଲଗୋଦାମର ବିଭିନ୍ନ ଦେକାନ ଖୋଲିବା ନେଇ ନୂତନ ନିୟମ ଲାଗୁ ହୋଇଛି। ଏବେ ପ୍ରତି ବୁଧବାର ମାଲଗୋଦାମକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଛି।
ଏହାଛଡ଼ା ଅଣଅତ୍ୟାବଶ୍ୟକ ସାମଗ୍ରୀ ଦେକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ଖୋଲାଯିବ। ଠିକ୍ ସେହିପରି ହୋଲସେଲିଂ ଗୋଦାମଗୁଡ଼ିକ ଦିନ ୧୦ଟାରୁ ୨ଟା ଯାଏଁ ଖୋଲା ରହିବ। ଅପରପକ୍ଷରେ ଖୁଚୁରା ଦୋକାନଗୁଡ଼ିକ ଦିନ ୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ମାଲଗୋଦାମ୍ କଣ୍ଟେନମେଣ୍ଟ ଜୋନ୍ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ ଆଜି କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏଣେ ଶନିବାର ଓ ରବିବାର ସଟଡାଉନ୍ ରହୁଥିବା ହେତୁ ସେହି ଦୁଇ ଦିନ ବି ପୂର୍ବ ଭଳି ମାଲଗୋଦାମ ବନ୍ଦ ରହିବ।
ସୂଚନାଯୋଗ୍ୟ, ବୁଧବାର କଟକରୁ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୪୩ଜଣଙ୍କ ମଧ୍ୟରୁ କଟକ ମାଲଗୋଦାମ୍ କଣ୍ଟେନମେଣ୍ଟ ଜୋନ୍ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ ଆଜି କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି।
ସେହିପରି ଇନ୍ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରେ ୩ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। ଏଥିସହିତ ଘରେ ସଙ୍ଗରୋଧରେ ଥିବା ୧୨ଜଣଙ୍କ କରୋନା ରିପୋର୍ଟ ପଜିଟଭ୍ ଆସିଛି। ଏହି ୧୨ ଜଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୧୧ରୁ ଜଣେ ପୁରୁଷ, ବକ୍ସି ବଜାରରୁ ଦୁଇଜଣ ପୁରୁଷ ଜଣେ ମହିଳା, ମଙ୍ଗଳାବାଗ ଅଞ୍ଚଳରୁ ୨ଜଣ ପୁରୁଷ ଓ ଜଣେ ମହିଳା, ଷଣ୍ଢପୁର ଅଞ୍ଚଳରୁ ଦୁଇଜଣ ପୁରୁଷ ଜଣେ ମହିଳା, ସିଦ୍ଧେଶ୍ୱର ସାହି ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି।
ଏଥିସହିତ ୧୨ଟି ସ୍ଥାନୀୟ ପଜିଟିଭ ମାମଲା ସାମ୍ନାକୁ ଆସିଛି। ମଙ୍ଗଳାବାଗରୁ ଜଣେ କରୋନା ଯୋଦ୍ଧା, ଝାଞ୍ଜିରମଙ୍ଗଳାରୁ ଜଣେ ମହିଳା, ସାଆନ୍ତ ସାହି ଅଞ୍ଚଳରୁ ୩ଜଣ, ତେଲେଙ୍ଗାବଜାର, ମଠସାହି, ସୂତା ହାଟ, ମେରିଆ ବଜାର, ଚୌଧୁରୀ ବଜାର ଓ ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/malgodam-.jpg)