ମାଲକାନଗିରିରେ ଶିଶୁ ଅପମୃତ୍ୟୁ: ହାଇକୋର୍ଟରେ ପ୍ରତିଜବାବ ଦାଖଲ

କଟକ : ମାଲକାନଗିରି ଜିଲ୍ଲାରେ ଶିଶୁମୃତ୍ୟୁ ରୋକିବା ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ପୂର୍ବରୁ ଏହି ମାମଲାରେ ସରକାର ଜବାବ ଦାଖଲ କରି ଶିଶୁ ମୃତ୍ୟୁକୁ ରୋକିବା ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଓ ପ୍ରତିକାର ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ସେ ନେଇ ସବିଶେଷ ତଥ୍ୟ ଦାଖଲ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨କୁ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି।

ସମ୍ବନ୍ଧିତ ଖବର