ମାଲକାନଗିରି: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ। ଏହି ଅବସରରେ ନକ୍ସଲ ବଡ଼ ଧରଣର ଅଘଟଣ ଘଟାଇବାର ଆଶଙ୍କା ରହୁଥିବାରୁ ପୁଲିସ ପକ୍ଷରୁ ଜାରି ହୋଇଛି ହାଇ ଆଲର୍ଟ। ମାଓ ଉପଦ୍ରୁତ ଅଞ୍ଚଳକୁ ସରକାରୀ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହୁଥିବା ବେଳେ କାଁ ଭାଁ ଘରୋଇ ଗାଡ଼ି ଚଳାଚଳ କରିବ। ଏହି କାରଣରୁ ଯାତ୍ରୀଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିବ। ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ୍‌ ସହ ବିଭିନ୍ନ ସ୍ଥାନରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି।