ଭୁବନେଶ୍ବର: ମାଲକାନଗିରିରେ ଆସନ୍ତା ଜାନୁଆରି, ୨୦୨୪ ସୁଦ୍ଧା ବିମାନବନ୍ଦର ନିର୍ମାଣ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗ ଅନୁମତି, ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ କରିବା ପର୍ଯ୍ୟନ୍ତ ସବୁ କାମ ଫାଷ୍ଟ ଟ୍ରାକ୍ ମୋଡରେ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାଲକାନଗିରି ବିମାନବନ୍ଦର କାର୍ଯ୍ୟର ଅଗ୍ରଗତି ନେଇ ଆଜି ମୁଖ୍ୟ ସଚିବ ଭର୍ଚୁଆଲ ମୋଡରେ ସମୀକ୍ଷା କରି କହିଛନ୍ତି ଯେ, ପୂର୍ତ୍ତ ବିଭାଗ ୨ବର୍ଷ ମଧ୍ୟରେ ଏହି ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବ। ରାଜଧାନୀରୁ ମାଲକାନଗିରିର ଦୂରତା ବହୁତ ଅଧିକ ଥିବାରୁ ଏଠାକୁ ବିମାନ ଚଳାଚଳ କଲେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ। ଅର୍ଥନୈତିକ ଓ ବ୍ୟବସାୟିକ କାର୍ଯ୍ୟକଳାପ ବଢ଼ିବ। ତେଣୁ ପ୍ରଥମ ପର୍ଯ୍ୟାୟରେ େଛାଟ ବିମାନ ଯାତାୟତ କଲା ଭଳି ବିମାନବନ୍ଦର ନିର୍ମାଣ କରାଯାଉ। ଲୋକଙ୍କ ଚାହିଦାକୁ ଦେଖି ଭବିଷ୍ୟତରେ ଏହାକୁ ସମ୍ପ୍ରସାରଣ କରାଯିବ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ତାଙ୍କର ଦୁଇଟି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବେ। ପୂର୍ତ୍ତ ବିଭାଗ ଏହି ରାସ୍ତାର ଉନ୍ନତୀକରଣ କରିବ। ଆସନ୍ତା ଜୁନ୍ ମାସ ସୁଦ୍ଧା ଟିପିଏସ୍ଓଡିଏଲ୍ କର୍ତ୍ତୃପକ୍ଷ ସମସ୍ତ ବିଦ୍ୟୁତ ତାର ସ୍ଥାନାନ୍ତର କରିବେ। ଏବେ ନିର୍ମାଣ ହେବାକୁ ଥିବା ୮୦୦ରୁ ହଜାରେ ମିଟରର ଏୟାରଷ୍ଟ୍ରିପ୍ ପାଇଁ ସମସ୍ତ ପ୍ରତିବନ୍ଧକ ହଟାଇବାକୁ କୁହାଯାଇଛି। ଏହାସହ ପୂର୍ତ୍ତ ବିଭାଗ ପକ୍ଷରୁ ବିମାନବନ୍ଦର ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି େବୖଠକରେ ଯୋଗଦେଇ କହିଛନ୍ତି ଯେ, ମାଲକାନଗିରିରେ ଏବେ ୨ବି କ୍ୟାଟେଗୋରି ବିମାନବନ୍ଦର ନିର୍ମାଣ କରାଯିବ। ଏଥିପାଇଁ ଜମି ଅଧିଗ୍ରହଣ ଶେଷ ହେବା ସହ ତାର ବାଡ଼ ଘେରା ସରିଛି। ଏହି ପ୍ରକଳ୍ପ ପାଇଁ ୨୯କୋଟିର ପ୍ରଶାସନିକ ଅନୁମତି ମିଳିଛି। ଏହି ବିମାନବନ୍ଦର ପାଇଁ ୭୪ଏକର ସରକାରୀ ଜମି, ୧୨୬ଏକର ଘରୋଇ ଜମି, ୩୩ଏକର ଜଙ୍ଗଲ ଜମି ଦରକାର। ୭୪ଏକର ସରକାରୀ ଜମି ଅଧିଗ୍ରହଣ ସରିଥିବାବେଳେ ଜଙ୍ଗଲ ଜମି ପାଇଁ ଷ୍ଟେଜ୍-୧ କ୍ଲିଅରାନ୍ସ ମିଳିଛି। ଷ୍ଟେଜ୍-୨ କ୍ଲିଅରାନ୍ସ ମିଳିବା ବାକି ଅଛି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଏଲ୍ଏସ୍ ସର୍ଭେ ଶେଷ ହୋଇଛି। ୫୪ଟି ପରିବାର ସ୍ଥାନାନ୍ତର ହେବାକୁ ଥିବାବେଳେ ସେମାନଙ୍କ ପାଇଁ ଘର ନିର୍ମାଣ ସରିଛି। ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ, ଆଇଟି ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/airport-road.jpg)