ମାଲିପଦର ଏନକାଉଣ୍ଟର ଘଟଣା: ୧୮ରେ ନକ୍ସଲଙ୍କ ବନ୍ଦ ପାଳନ, କୋରାପୁଟ ଜିଲ୍ଲାରେ ହାଇଆଲର୍ଟ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲିପଦର ଏନକାଉଣ୍ଟର ଘଟଣାକୁ ନେଇ ଶୁକ୍ରବାର ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଏହି ଏନକାଉଣ୍ଟର ମିଥ୍ୟା ବୋଲି ମାଓ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ ପ୍ରତିବାଦରେ କାଲି ବନ୍ଦ ଡାକରା ଦେଇଛି କୋରାପୁଟ ବର୍ଡର ଡିଭିଜନ।
ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଓ ଅଡିଓ ଟେପ୍ ଜାରି କରି କୁହାଯାଇଥିଲା ଯେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କର ମାଓ ସଂଗଠନ ସହ କୌଣସି ସମ୍ପର୍କ ନ ଥିଲା । ଉଭୟ ଶ୍ରମିକ ଭାବେ କାମ କରୁଥିଲେ। ପୁରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ସଂଗଠନ ପ୍ରବକ୍ତା। ଫେକ୍ ଏନକାଉଣ୍ଟର ନେଇ ମାଓ ସଂଗଠନ ଅଡିଓ ଟେପ୍ ଜାରି କରିଥିଲା। ଏନେଇ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାଶ କହିଛନ୍ତି ଯେ ଏହାକୁ ନେଇ ‌କୋରାପୁଟ ଜିଲ୍ଲାରେ ରହିଥିବା ସବୁ ଥାନାକୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ସମ୍ବନ୍ଧିତ ଖବର