ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଉପସଚିବ ଭାବରେ ବଦଳି କରାଯାଇଛି। ଅପରପକ୍ଷରେ ଯୋଜନା ଏବଂ ସମନ୍ବୟ ବିଭାଗର ଉପସଚିବ ତଥା ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ୱାଇ ବିଜୟଙ୍କୁ ମାଲକାନଗିରିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ମାଲକାନଗିରି ଏସ୍ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ଏବେ ଘଟଣାର ସାନି ତଦନ୍ତ ଆରମ୍ଭ ହେବ। ସବୁଠାରୁ ବଡ଼କଥା ହେଲା ସଦ୍ୟ ରୁଜୁ ହୋଇଥିବା ହତ୍ୟା ମାମଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରେ ସ୍ଥାନ ପାଇଛି। ତାଙ୍କ ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ଦେବ ନାରାୟଣଙ୍କ ମୃତ୍ୟୁର ପ୍ରାୟ ୧୧ମାସ ପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡିଏସ୍ପି ବଳଭଦ୍ର ଦୀପଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି।
/sambad/media/post_attachments/wp-content/uploads/2020/11/manis-1.jpg)
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ ନେଇ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୪ତାରିଖ ସୁଦ୍ଧା ପୁଲିସ ପ୍ରାଥମିକ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି। ଉଭୟ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ଅଡୁଆରେ ପଡ଼ିଛନ୍ତି। ଏହି କାରଣରୁ ଜିଲ୍ଲାପାଳଙ୍କୁ ସରକାର ଜିଲ୍ଲାରୁ ହଟାଇଥିବା କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/New-DM-of-Malkangiri_Thumbnail.jpg)