ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ପତ୍ନୀ ବନଜା ପଣ୍ଡା। ଗତ ୬ତାରିଖରେ ଏଥିପାଇଁ ସେ ଇ-ମେଲ ଜରିଆରେ ନିଜର ପିଟିସନ୍ ଦାଖଲ କରିଥିଲେ। ପରବର୍ତୀ ସମୟରେ ଡାକ ଜରିଆରେ ନିଜର ଅଭିଯୋଗ ଦାଖଲ କରିଥିବା ସେ କହିଛନ୍ତି। ଅଭିଯୋଗରେ ମାଲକାନଗିରି ଏସ୍ପି, ଏସ୍ଡିପିଓ, ଡିଆଇବି ଇନ୍ସପେକ୍ଟର ଓ ଆଇଆଇସିଙ୍କ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି। ୪ଜଣଙ୍କୁ ଅନ୍ୟତ୍ର ବଦଳି କରା ନ ଗଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଏଚ୍ଆରସିଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିବା ବେଳେ ଏ ନେଇ ଅର୍ଡର ହୋଇନାହିଁ। ତେବେ ଓଏଚ୍ଆରସିଙ୍କ ନିକଟରୁ କୌଣସି ଚିଠି ପାଇ ନ ଥିବା ବନଜା ‘ସମ୍ବାଦ’କୁ କହିଛନ୍ତି।
ମାଲକାନଗିରି ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା : ଓଏଚ୍ଆରସିଙ୍କ ନିକଟରେ ପିଟିସନ୍
/sambad/media/post_attachments/wp-content/uploads/2019/04/OHRC.jpg)