ମାଲକାନଗିରି :ଆନ୍ଥ୍ରୋପଲୋଜି ପରୀକ୍ଷା ଥିଲା, ମାତ୍ର ଅନ୍ୟ ବିଷୟର ପ୍ରଶ୍ନପତ୍ର ଆସିଥିଲା , ଜାଣନ୍ତୁ ତାପରେ କ’ଣ ହେଲା

ମାଲକାନାଗିରି :ଆଜି ମାଲକାନଗିରି କଲେଜରେ +୩ ପ୍ରଥମ ବର୍ଷର ପରୀକ୍ଷା ସମୟରେ ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।  ମିଳିଥିବା ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ୯ଟାରୁ ବସି ରହିଥିଲେ ମଧ୍ୟ ପ୍ରାୟ ସାଢ଼େ ୧୦ଟା ଯାଏଁ ସେମାନଙ୍କୁ ପ୍ରଶ୍ନପତ୍ର ମିଳି ନଥିଲା। ସମୁଦାୟ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ୯ଟାରୁ ବସି ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇ ନଥିଲା । ଫଳରେ ପରୀକ୍ଷାକୁ ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ।

photo-career-360

ଆଜି ଆନ୍ଥ୍ରୋପଲୋଜି ପରୀକ୍ଷା ଥିଲା ମାତ୍ର ସେଠାକୁ ଅନ୍ୟ ବିଷୟର ପ୍ରଶ୍ନପତ୍ର ଆସିଥିଲା। ପରେ ଏ ସଂପର୍କରେ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଅଶୋକ କୁମାର ଷଡଙ୍ଗୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ କରିଥିଲେ। ପ୍ରାୟ ସାଢ଼େ ୧୦ଟା ସମୟରେ ମେଲ ଯୋଗେ ଆନ୍ଥ୍ରୋପଲୋଜି ପ୍ରଶ୍ନପତ୍ର ଆସିଥିଲା ଏବଂ ପରୀକ୍ଷା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର