ମାଲକାନଗିରି: ସୀମାନ୍ତ ମୋଟୁରେ ଗୋଦାବରୀ ପାଣି ପଶିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ଆନ୍ଧ୍ରର ଚିନ୍ତୁର ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି।ଯାହାଫଳରେ ରାସ୍ତାର ଦୁଇ କଡରେ ଶହ ଶହ ଟ୍ରକ ଠିଆ ହୋଇ ରହିଛି। ଗତ ସାତ ଦିନ ଧରି ଟ୍ରକଗୁଡିକ ଠିଆ ହେବା ଫଳରେ ନିଜ ପାଖରେ ଥିବା ଖାଦ୍ୟ ଓ ପାନୀୟ ଜଳ ସମାପ୍ତ ହେବା ପରେ ବହୁ ସମସ୍ୟାରେ ପଡିଥିଲେ। ପ୍ରଶାସନ ତରଫରୁ କୌଣସି ସୁବିଧା କିମ୍ବା ସେମାନଙ୍କୁ ପଚରାଯାଉନଥିଲା। ଟ୍ରକରେ ହିଁ ରନ୍ଧାବଢା ସହ ଶୋଇବା କାମ କରୁଥିଲେ।

Advertisment

ଏହି ଖବର ଆଜି ସାମ୍ବାଦରେ ପ୍ରକାଶ ପାିବା ପରେ ଗୁରୁବାର ସକାଳୁ ଜିଲ୍ଲାପାଳ ସଚିନ ପାୱାର ମୋଟୁ ଅଂଚଳ ଗସ୍ତ କରି ଟ୍ରକ କର୍ମଚାରୀଙ୍କ ଦୁଃଖ ବୁଝିଥିଲେ। ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନଙ୍କୁ ଘାଇ ମରାମତି ହେଲାବେଳକୁ ବିଳମ୍ବ ହେବା ନେଇ କହିବା ସହ ଅନ୍ୟତ୍ର ରାସ୍ତାରେ ଯିବା ପାଇଁ ପରାମର୍ଶ ଦେଇଥିଲେ। ଟ୍ରକ କର୍ମଚାରୀମାନେ ସମ୍ବାଦକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ। ଗତ ୭ ଦିନ ଧରି କୌଣସି ପ୍ରଶାସନ ଟ୍ରକ କର୍ମଚାରୀଙ୍କ ନିକଟରେ ପହଞ୍ଚିନଥିବା ବେଳେ ସେମାନଙ୍କ ଖାଦ୍ୟ, ପାନୀୟ ଓ ରହିବା ବିଷୟରେ କେହି ପଚାରିନଥିଲେ ବୋଲି କହିଥିଲେ। କିନ୍ତୁ ସମ୍ବାଦ ଆସି ଖବର ନେଇ ପ୍ରକାଶ କରିବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା ବୋଲି ଆଜି କହିଥିଲେ। ଆନ୍ଧ୍ରର ଚିନ୍ତୁର ନିକଟରେ ଘାଇ ସୃଷ୍ଟି ହୋଇଥିବା ଅଂଚଳ ମଧ୍ୟ ବୁଲି ଦେଖିଥିଲେ। ପରେ ଆନ୍ଧ୍ରର ପୂର୍ତ୍ତ ବିଭାଗ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରିଥିଲେ। ଘାଇ ମରାମତି କରିବା ନେଇ ସେମାନଙ୍କୁ ଅନୁରୋଧ କରିଥିଲେ। ଏତେ ସଂଖ୍ୟକ ଟ୍ରକ କିପରି ଅନ୍ୟରାସ୍ତା ଦେଇ ଯିବା ତାହା ଦେଖିବାକୁ ବାକି ରହିଲା।