ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ବୁଧବାର ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା। ସକାଳ ୬ଟାରୁ ହିଁ ଜିଲ୍ଲାର ସଦର ମହକୁମା ସମେତ ସମସ୍ତ ବ୍ଲକର ସଦର ମହକୁମାରେ ନବନିର୍ମାଣ କୃଷକ ସଂଘର ସଦସ୍ୟ ଏବଂ କଂଗ୍ରେସ ଦଳର ସଦସ୍ୟମାନେ ରାସ୍ତାକୁ ଅବରୋଧ କରି ଯାନବାହାନ ଯିବା ଆସିବା ବନ୍ଦ କରି ଦେଇଥିଲେ। ଏଥିସହ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିଥିଲା।

Advertisment

ଦୀର୍ଘ ୬ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଦିନ ୨ଟାରେ ପୁଣି ଚଳାଚଳ ସ୍ବାଭାବିକ ହେବା ସହ ଦୋକାନ ବଜାର ଖୋଲିଥିଲା। ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଘ ଦାବି କରିଥିବା ବେଳେ ସେଥିମଧ୍ୟରୁ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିବା, ମଣ୍ଡିରେ ହଜାର ହଜାର ଧାନ ପକାଇ ରାତି ସାରା ଚାଷୀ ଜଗି ଜଗିବା ଏବଂ ମିଲରଙ୍କ କଟନି ଛଟନି ସୀମା ଉଲଙ୍ଘନ କରୁଥିବା ଅଭିଯୋଗ କରାଯାଇଛି। ଠିକ ସେହିପରି ଓଡିଶା ସରକାର ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଟଂକା ଜରିମାନା ନେଉଥିବା ବେଳେ ବଡ ବଡ କମ୍ପାନି କରୁଥିବା ପ୍ରଦୂଷଣକୁ ରୋକିବାରେ ବିଫଳ ହୋଇଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Ajit Pawar Plane Crash: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ରାଜନୀତିରେ ଅନେକ ପ୍ରଶ୍ନବାଚୀ

ବିଭିନ୍ନ ଖଣି କମ୍ପାନି ଉପରେ ଗତ ୫ ବର୍ଷରେ ୪୧୫୬୮ କୋଟି ୧୨ ଲକ୍ଷ ୭୨ ହଜାର ଟଂକା ବକୟା ରହିଥିଲେ ମଧ୍ୟ ସରକାର ଏହାକୁ ଆଦାୟ କରିବାରେ ବିଫଳ ହୋଇଛି। କିନ୍ତୁ ୩୫ ଲକ୍ଷ ସାଧାରଣ ଲୋକଙ୍କ ଠାରୁ ପ୍ରଦୂଷଣ ବାବଦକୁ ୧୩୦୦ କୋଟି ଟଂକା ଆଦାୟ ନେଇ ଜୋର ପକାଉଛି। ତୁରନ୍ତ ଏଥିରୁ ନିବୃତ୍ତ ରୂହନ୍ତ ବୋଲି କୃଷକ ସଂଘ ଦାବି କରିଥିଲା। ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଆମ ଉପଭୋକ୍ତା ଟାଟା ପାଵାରକୁ ଅଧିକା ପାଉଣା ଦେଉଥିବା ବେଳେ ଆମ ଠାରୁ ବିଦ୍ୟୁତ ନେଉଥିବା ଆନ୍ଧ୍ର, ତାମିଲନାଡୁ, ତେଲେଙ୍ଗାନାରେ ଉପଭୋକ୍ତାମାନେ କମ୍ ଦରରେ ବିଦ୍ୟୁତ ପାଉଛନ୍ତି। ପୁଣି ଓଡିଶାରେ ସ୍ମାର୍ଟ ମିଟର ନାମରେ ଲୁଟ ଚାଲିଛି ବୋଲି ଅଭିଯୋଗ କରାଯାଇଛି। ତୁରନ୍ତ ଏହାକୁ ବନ୍ଦ କରାଯାଉ ବୋଲି ଜିଲ୍ଲା ସଂଘର ସଂଯୋଜକ ଏରା ପଡିଆମି ସମେତ ସମସ୍ତ ନବନିର୍ମାଣ କୃଷକ ସଂଘର ନେତା ଓ କର୍ମୀ ସହ କଂଗ୍ରେସର ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓ, ଗୋବିନ୍ଦ ପାତ୍ର,ଭୀମା ବାରସେ, ପଦ୍ମ ପାଙ୍ଗି, ପର୍ଶୁରାମ ଭକ୍ତ, ଛବି ନାୟକ, ପ୍ରାଣକୃଷ୍ଣ ମଣ୍ଡଳ, ସମାଜସେବୀ କେ.ଦେଶିରାଜୁ ଆଚାରୀ ପ୍ରମୁଖ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: Accident: ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଆହତ