ମାଲକାନଗିରି: ରବିବାର ଦିନ କାଲିମେଳାବ୍ଲକ୍ରେ ବନ ବିଭାଗ କର୍ମଚାରୀମାନେ ଏକ କଇଁଛ ବୋଝେଇ ପିକ୍-ଅପ୍ ଭ୍ୟାନ୍ ଜବତ କରିଛନ୍ତି। କଇଁଛଗୁଡ଼ିକ ବେଆଇନଭାବେ ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ଅଣା ଯାଇଥିଲା।
କୌଣସି ସୂତ୍ରରୁ ଖବର ପାଇ ଡିଏଫ୍ଓ ଡକ୍ତର ସମ୍ରାଟ ଗୌଡ଼ା, ଏସିଏଫ୍ ଶ୍ରୀକାନ୍ତ ନାୟକଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ। ସେମାନେ ୧୪୧୬ଟି କଇଁଛ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/BlueStacks_ScreenShot1-5.jpg)