ମାଲକାନଗିରି: ଖେଳ ହେଲା କାଳ । ଗରାରେ ଖେଳ ପାଲଟିଲା କାଳ, ନୂଆ ଗରାରେ ଖେଳୁ ଖେଳୁ ପଶିଗଲା ମୁଣ୍ଡ ଆଉ ତାପରେ ଯାହା ହେଲା ତାହା ଭିଡିଓରେ ଦେଖନ୍ତୁ...

Advertisment

ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଲା ୩ ବର୍ଷ ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ । ଏହି  ଚିତ୍ରଟି ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଅଞ୍ଚଳରୁ । 


କୋରୁକୋଣ୍ଡାର ପ୍ରଦୀପ ବିଶ୍ବାସ ଆଜି ସକାଳୁ ବଜାରରୁ ଗରାଟିଏ କିଣି ଆଣିଥିଲେ । ତେବେ ତାଙ୍କ ୩ ବର୍ଷର ପୁଅ ତନ୍ମୟ ଖେଳୁ ଖେଳୁ ଗରାରେ ମୁଣ୍ଡ ପୁରାଇବା ମାତ୍ରେ ଗରାରେ ମୁଣ୍ଡ ଫସି ଯାଇଥିଲା  । ପ୍ରଥମେ ଘରଲୋକ ଚେଷ୍ଟା କରିବା ପରେ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ନେଇଥିଲେ ବାପା ।  ସେଠାରୁ ମାଲକାନଗିରି ଅଗ୍ନିଶମ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ଅଗ୍ନିଶମ କର୍ମଚାରୀ । ମାଲକାନଗିରି ଠାରେ ଦୀର୍ଘ ସମୟର ଉଦ୍ୟମ ପରେ କଟର୍ ସହାୟତାରେ ଗରା କାଟି ଶିଶୁ ମୁଣ୍ଡରୁ ଗରା ବାହାର କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ।