ଭୁବନେଶ୍ୱର: ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ମାଲକାନଗିରି ଆଇଆଇସି ଶୁକ୍ରବାର ନିଲମ୍ବିତ ହୋଇଛନ୍ତି। ଆଇଆଇସି ରଞ୍ଜନ କୁମାର ସାହୁଙ୍କୁ ପୁଲିସ ମହାନର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବିତ କରିଛନ୍ତି। ଆଇଆଇସି ରଞ୍ଜନ କୁମାର ସାହୁ ବେଆଇନ ଭାବେ ଏକ ଲକ୍ଷ ଟଙ୍କା ଦାବି କରି ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Advertisment

ସୂଚନାଯୋଗ୍ୟ ଏକ ମାମଲାର ରଫାଦଫା କରିବା ପାଇଁ ଆଇଆଇସି ରଂଜନ ସାହୁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସଦର ପୁଲିସ ଥାନା ଅନ୍ତର୍ଗତ ପ୍ରତାପ ଚନ୍ଦ୍ର ଦାଶଙ୍କ ପୁଅ ବିଦ୍ୟୁତ ଚରଣ ଦାଶଙ୍କ ଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ମାଲକାନଗିରିର ଏକ ନିର୍ଦ୍ଦେଶକ ଚରଣ ଦାଶ ଏବାବଦରେ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ଆଇଆଇସିଙ୍କୁ ପାନେ ଦେବା ପାଇଁ ଭିଜିଲାନସ୍‌ ବିଭାଗ ସ୍ୱତନ୍ତ୍ର ଯୋଜନା କରିଥିଲା। ବିଦ୍ୟୁତ୍‌ଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାସ୍‌ ବିଭାଗ ଅଚାନକ ଚଢ଼ାଉ କରି ଆଇଆଇସି ସମେତ ଅନ୍ୟ ୨ ଜଣ ପୁଲିସଙ୍କୁ ଗିରଫ କରିଥିଲା।