ମାଲକାନଗିରି: ସହିଦ ହେଲେ ପ୍ରେସର୍‌ ବୋମା ବିସ୍ଫୋରଣରେ ଆହତ ଯବାନ

ମାଲକାନଗିରି: ରବିବାର ପ୍ରତ୍ୟୁଷରେ ଦର୍ଣ୍ଣାପାଲ ଏବଂ ଜଗରଗୁଣ୍ଡା ରାସ୍ତାରେ ପ୍ରେସର୍‌ ବୋମା ବିସ୍ଫୋରଣ ଘଟିବା ଯୋଗୁଁ ଆହତ ହୋଇଥିବା ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇ ଯାଇଛନ୍ତି।

ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ସୁକ୍‌ମା ଜିଲ୍ଲା ଅନ୍ତର୍ଗତ ଦର୍ଣ୍ଣାପାଲି ଏବଂ ଜଗରଗୁଣ୍ଡା ରାସ୍ତାରେ ସିଆର୍‌ପିଏଫ୍‌ର ୧୫୦ ବାଟାଲିୟନ୍‌ ସର୍ଚ ଅପରେସନ୍‌ ଚଳାଇଥିବାବେଳେ ଗୋଟାଏ ପ୍ରେସର୍‌ ବୋମା ବିସ୍ଫୋରଣ ହେବାରୁ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ।

ଚିକିତ୍ସା ନିମନ୍ତେ ତାଙ୍କୁ ଛତିଶଗଡ଼ ଚିନ୍ତାଗୁମ୍ଫା ସହରର ଏକ ଡାକ୍ତରଖାନାରେ ଦାଖଲ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ।

ସମ୍ବନ୍ଧିତ ଖବର