ମାଲକାନଗିରି: ୧୨ ଜଣ ଲଞ୍ଚ୍‌ କର୍ମଚାରୀଙ୍କୁ ଛାଡ଼ି ଦେଲେ ମାଓବାଦୀ

ମାଲକାନଗିରି: ମଙ୍ଗଳବାର ଠାରୁ ଅଟକ ରଖିଥିବା ୧୨ ଜଣ ଲଞ୍ଚ୍‌ କର୍ମଚାରୀଙ୍କୁ ଶୁକ୍ରବାର ଦିନ ମାଓବାଦୀମାନେ ମୁକ୍ତ କରି ଦେଇଛନ୍ତି।

ସରକାର ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ଦାବି କରି ଗତ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରୁ ବାଲିମେଳା ଜଳଭଣ୍ଡାରରେ ଯନ୍ତ୍ରୀ ଏବଂ ସିନ୍ଧିପୁଟକୁ ଯାତ୍ରୀ ନେଇ ଯାଇଥିବା ୪ଟି ଲଞ୍ଚ୍‌ ଓ କର୍ମଚାରୀଙ୍କୁ ମାଓବାଦୀମାନେ ଅଟକ ରଖିଥିଲେ।

ଗତକାଲି ସେଠାରେ ନିର୍ବାଚନ ଶେଷ ହେବା ପରେ ଆଜି ସମ୍ପୃକ୍ତ ଲଞ୍ଚ୍‌ ଓ କର୍ମଚାରୀମାନଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର