ମାଲକାନଗିରି: କରୋନାର ପ୍ରତିରୋଧକ ଶକ୍ତି ବଢାଇବା ଲାଗି ପିଲାଙ୍କୁ ଦିଆଯାଉଛି ସଲପ ମଦ!

ମାଲକାନଗିରି: ମାଲାକାନଗିରି ଜିଲ୍ଲାର କରୋନା କାଳରେ କୁନି ପିଲାଙ୍କୁ ଦେଶୀ ମଦ (ସଲପ) ଦିଆଯାଉଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ପିଲାମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଏପରି କରାଯାଉଥିବା ଚର୍ଚା ହେଉଛି । ଏ ଚିତ୍ର ହେଉଛି ମାଲାକାନଗିରି ଜିଲ୍ଲାର । କରୋନାର ସବୁ ନିୟମକୁ ଫୁ କରି ମାଲକାନଗିରି ଜିଲ୍ଲାର ପୋଡିଆ ବ୍ଲକର ଦୁର୍ଗମ ପର୍ସନପଲ୍ଲୀ ଗାଁରେ ଏକାଠି ହୋଇଛନ୍ତି ଗ୍ରାମବାସୀ ।

ନାଁ ମୁହଁରେ ଅଛି ମାସ୍କ, ନା ରହିଛି ସାମାଜିକ ଦୂରତା । ମହୁଲି ମଦ ସେବନ ଚାଲୁଥିବା ବେଳେ କୁନି କୁନି ପିଲାଙ୍କ ହାତରେ ଧରାଇ ଦିଆଯାଇଛି ପତ୍ର ତିଆରି ଠୋଲା । ବଡ଼ ଲୋକଙ୍କ ସହିତ କୁନି କୁନି ପିଲା ବି ଏହାକୁ ପାନ କରୁଛନ୍ତି । ମଦ ପିଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ରହିଥିବାରୁ ଏପରି କରାଯାଉଥିବା ଚର୍ଚା ହେଉଛି । ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର