ମାଲକାନଗିରି ବିଏସଫକୁ ବଡ଼ ସଫଳତା, ୨୧ କିଲୋଗ୍ରାମ୍ ଜିଲୋଟିନ୍ ଜବତ

ମାଲକାନଗିରି: ମାଲକାନଗିରି ବିଏସଫକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରେ ବିଏସଫ ବାଟାଲିୟନର ଯବାନମାନେ ୨୧ କିଲୋଗ୍ରାମ୍ ଜିଲୋଟିନ୍ ଜବତ କରିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୭୬ ବିଏସଫ ବାଟାଲିୟନର ଯବାନ ଅପରେସନକୁ ଯାଇଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ। ଏହାପରେ ସେଠାରେ ପହଞ୍ଚି ମାଓବାଦୀମାନେ ବସ୍ତାରେ ଭର୍ତ୍ତିକରି ପାହାଡ଼ ନିକଟରେ ଲୁଚାଇଥିବା ୨୧ କିଲୋ ଜିଲୋଟିନ ଯବାନମାନେ ଜବତ କରିଥିଲେ। ମାଓବାଦୀମାନେ ଏହାକୁ ଲ୍ୟାଣ୍ଡମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ କରିଥାନ୍ତି ବୋଲି ଜଣାଯାଇଛି। ଏହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର