ଭୁବନେଶ୍ୱର: ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛିା। ଉପକୂଳ ଓଡ଼ିଶାରେ ତାତି ଟିକିଏ କମିଥିଲେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିଛି। ହେଲେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ପରି ଜିଲ୍ଲାର ତାପମାତ୍ରା ହ୍ରାସ ପାଇ ୩୫ ଡିଗ୍ରି ତଳକୁ ଖସି ଆସିଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ତାଳଚେରରେ ତାପମାତ୍ରା ୩୭.୮ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୩୭.୫, ଭୁବନେଶ୍ୱର ଓ ଅନୁଗୁଳରେ ୩୭.୧, ସୋନପୁରରେ ୩୭, ବଲାଙ୍ଗିରରେ ୩୬.୨, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୫.୭, ଝାରସୁଗୁଡ଼ାରେ ୩୫.୫, କଟକରେ ୩୫.୪, ସମ୍ବଲପୁରରେ ୩୫.୩, ଚାନ୍ଦବାଲି ଓ ଢେଙ୍କାନାଳରେ ୩୫.୨ ଓ ଭବାନୀପାଟଣାରେ ୩୫ ଡିଗ୍ରି ରହିଥିଲା। ଏଭଳି ତାତି ଆହୁରି ସପ୍ତାହକ ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ତାତି କମିବାର ସମ୍ଭାବନା ନାହିଁ। ୫ ଦିନ ମଧ୍ୟରେ କେତେକ ସହରର ତାପମାତ୍ରା ୪୦ ଡିଗ୍ରି ଟପିପାରେ। ସାରା ଓଡ଼ିଶାରେ ତାପମାତ୍ରା ବଢ଼ିବ। ରାତି ସମୟରେ ଥଣ୍ଡା ଅନୁଭୂତ ହେବ। ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ବି ପଡ଼ିବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ମାଲକାନଗିରି ସବୁଠୁ ଉତ୍ତପ୍ତ
୩୫ ଡିଗ୍ରି ଉପରେ ୧୫ ସହର
/sambad/media/post_attachments/wp-content/uploads/2018/02/tempture.jpg-f.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)